ଲାଲୁ ପ୍ରସାଦ ଯାଦବଙ୍କ ପରାମର୍ଶରେ କଂଗ୍ରେସରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଥିଲେ ଶତ୍ରୁଘ୍ନ ସିହ୍ନା
ଅଭିନେତା ଓ ରାଜନେତା ଶତ୍ରୁଘ୍ନ ସିହ୍ନା ବିଜେପି ଛାଡ଼ି କଂଗ୍ରେସରେ ଯୋଗଦେବାକୁ ଘୋଷଣା କରିଥିବା ବେଳେ ଏହା ପଛରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପରାମର୍ଶ ରହିଛି ବୋଲି ଆଜି କହିଛନ୍ତି। କଂଗ୍ରେସ ପ୍ରକୃତ ଅର୍ଥରେ ଏକ ଜାତୀୟ ଦଳ ଏବଂ ସେଭଳି ଦଳରେ ଯୋଗଦେଲେ କିଛି ସମସ୍ୟା ନାହିଁ ବୋଲି ତାଙ୍କ ପାରିବାରିକ ବନ୍ଧୁ ଲାଲୁ ପ୍ରସାଦ କହିଥିଲେ ବୋଲି ସିହ୍ନା କହିଛନ୍ତି। ତାଙ୍କୁ ଆମ୍ ଆଦମି ପାର୍ଟି, ତୃଣମୂଳ କଂଗ୍ରେସ ଏବଂ ସମାଜବାଦୀ ପାର୍ଟିରେ ମଧ୍ୟ ଯୋଗଦେବାକୁ ନିମନ୍ତ୍ରଣ ମିଳିଥିଲା, କିନ୍ତୁ ସେ ଏକ ଜାତୀୟ ଦଳକୁ ଚୟନ କଲେ ବୋଲି କହିଛନ୍ତି। ବିଜେପିରେ ଦୀର୍ଘ ବର୍ଷ ଧରି ରହିଥିବାରୁ ଦଳ ଛାଡ଼ିବା ତାଙ୍କ ପାଇଁ କଷ୍ଟକର ଥିଲା, କିନ୍ତୁ ମୋ ପ୍ରତି ଯେଭଳି ଅନ୍ୟାୟ କରାଗଲା ସେଥିରେ ଏଭଳି ନିଷ୍ପତ୍ତି ନେବାକୁ ସେ ବାଧ୍ୟ ହେଲେ ବୋଲି କହିଛନ୍ତି।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ଝିଅ ସୋନାକ୍ଷୀ ବାପାଙ୍କ ନିଷ୍ପତ୍ତିରେ ଖୁସି ଥିବା ଜଣାପଡିଛି । ସୋନାକ୍ଷୀ କହିଛନ୍ତି କି, “ମାତ୍ର ଏଥିରେ ବିଳମ୍ବ ହୋଇଯାଇଛି । ତାଙ୍କୁ ବିଜେପିରେ ଉପଯୁକ୍ତ ସମ୍ମାନ ମିଳୁ ନଥିବା ହେତୁ ଏ ଦିଗରେ ବହୁ ଆଗରୁ ନିଷ୍ପତ୍ତି ନେବାର ଥିଲା ବୋଲି କହିଛନ୍ତି ସୋନାକ୍ଷୀ ସିହ୍ନା ।” ସୂଚନାଯୋଗ୍ୟ ଯେ ବିଜେପି ଶତ୍ରୁଘ୍ନଙ୍କ ଟିକେଟ କାଟି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ସେଠାରୁ ପ୍ରାର୍ଥୀ କରିଛି ।