ମୁଖ୍ୟମନ୍ତ୍ରୀରୁ ମାଳି ! ଜେଲରେ ମାଳି କାମ କରିବେ ଲାଲୁ, ଦୈନିକ ମଜୁରୀ ୯୩ ଟଙ୍କା

72

ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ସାଢେ ୩ ବର୍ଷ ଜେଲ ଦଣ୍ଡାଦେଶ ମିଳିବା ପରେ ଲାଲୁ ପ୍ରସାଦ ଯାଦବଙ୍କ ନୂଆ ଠିକଣା ହେଉଛି ହଜାରିବାଗ ଜେଲ୍ । ଏଠାରେ ମୁକ୍ତାକାଶ ଜେଲରେ ଅନ୍ୟ ୧୫ ଜଣ କଏଦୀଙ୍କ ସହ ରହିବେ ଲାଲୁ ପ୍ରସାଦ । ଜେଲରେ ମାଳି ଭାବେ କାମ କରିବେ ଲାଲୁ ଯାଦବ । ଏଥି ପାଇଁ ତାଙ୍କୁ ଦୈନିକ ୯୩ ଟଙ୍କା ମଜୁରୀ ମିଳିବ । ସୋମବାର ଦିନ କୋର୍ଟର କପି ମିଳିବା ପରେ ରାୟ ବିରୋଧରେ ହାଇକୋର୍ଟରେ ଅପିଲ କରିବେ ଲାଲୁ ଯାଦବ ।

lalu-20170707033156-1170x645ଗତକାଲି ଲାଲୁଙ୍କୁ ଦଣ୍ଡାଦେଶ ଶୁଣାଇଥିଲେ ରାଂଚିସ୍ଥିତ ସ୍ୱତନ୍ତ୍ର ସିବିଆଇ କୋର୍ଟ । ଭିଡିଓ କନଫରେନ୍ସିଂ ଦ୍ୱାରା ରାଂଚିର ବିର୍ସା ମୁଣ୍ଡା ସେଣ୍ଟ୍ରାଲ ଜେଲରେ ଥିବା ଲାଲୁଙ୍କୁ କୋର୍ଟ ଦଣ୍ଡାଦେଶ ଶୁଣାଇଥିଲେ । ଜଜ୍ କହିଥିଲେ, ଅଭିଯୁକ୍ତମାନଙ୍କୁ ଖୋଲା ଜେଲରେ ରଖିବା କଥା, କାହିଁକି ନା ଗୋପାଳନରେ ସେମାନଙ୍କ ଅଭିଜ୍ଞତା ରହିଛି । ସେପଟେ ଜେଲରେ ଥାଇ ବିହାରବାସୀଙ୍କ ପାଇଁ ଚିଠି ଲେଖିଛନ୍ତି ଲାଲୁ । ବିପତ୍ତି ସମୟରେ ତାଙ୍କ ଉପରେ ଆସ୍ଥା ରଖିବା ପାଇଁ ଜନତାଙ୍କୁ ଅପିଲ କରିଛନ୍ତି । ଆଉ ଏହି ବାର୍ତାକୁ ଗାଁ ଗାଁରେ ପହଁଚାଇବାକୁ ଦାୟିତ୍ୱ ନେଇଛନ୍ତି ପୁଅ ତେଜସ୍ୱୀ ଯାଦବ ।