ଦୁର୍ନୀତି କରୁଥିବା ବ୍ୟକ୍ତିଙ୍କ ପାଇଁ ଚେତାବନୀ ! ୯୦ ଦଶକର ଦୁୁର୍ନୀତର ଆସିଲା ରାୟ, ଲାଲୁ ଗଲେ ଜେଲ

42

କନକ ବ୍ୟୁରୋ : ପୁଣି ଜେଲ ଗଲେ ଲାଲୁ । ବହୁ ଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ଦୋଷୀ । ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ସିବିଆଇର ସ୍ୱତନ୍ତ୍ର କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ଦେଓଘର କୋଷାଗାରରୁ ବେଆଇନ ଭାବେ ଉଠାଯାଇଥିବା ୮୯ ଲକ୍ଷ ଟଙ୍କା ମାମଲାର ଶୁଣାଣି ହୋଇଛି । ଯେଉଁଥିରେ ଲାଲୁ ଯାଦବଙ୍କ ସମେତ ୨୨ଜଣ ଅଭିଯୁକ୍ତ ଥିଲେ । ଏଥିରୁ ୧୬ଜଣ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ୬ଜଣଙ୍କୁ ଦୋଷମୁକ୍ତ କରିଛନ୍ତି ସିବିଆଇ ସ୍ୱତନ୍ତ୍ର କୋର୍ଟ । ତେବେ ଜାନୁୟାରୀ ୩ ତାରିଖରେ ଦଣ୍ଡାଦେଶ ଶୁଣାଇବେ କୋର୍ଟ ।

lalu-yadav_660_072313075033_093013123029c cଗୋ’ଖାଦ୍ୟ ଦୁର୍ନୀତି କରିଥିଲେ ଲାଲୁ । ସ୍ୱତନ୍ତ୍ର ସିବିଆଇ କୋର୍ଟ ଆରଜେଡି ମୁଖ୍ୟ ଲାଲୁପ୍ରସାଦ ଯାଦବଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏ ନେଇ ୪ଟି ମାମଲା ମଧ୍ୟରୁ ଗୋଟିଏ ମାମଲାରେ ରାୟ ଶୁଣାଇଛନ୍ତି କୋର୍ଟ । ୧୯୯୧ରୁ ୧୯୯୬ ମସିହାରେ ଦେଓଘର ଜିଲ୍ଲା ଟ୍ରେଜରୀରୁ ହୋଇଥିବା ୮୯ ଲକ୍ଷ ଟଙ୍କାର ହେରଫେର ନେଇ ଲାଲୁଙ୍କ ସମେତ ୧୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ରାଂଚି ସିବିଆଇ କୋର୍ଟ । ସେପଟେ ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କ ସମେତ ୭ ଜଣଙ୍କୁ ଦୋଷମୁକ୍ତ୍ କରାଯାଇଛି । ଦୋଷୀ ସାବ୍ୟସ୍ତ ହେବା ପରେ ଲାଲୁ ଯାଦବଙ୍କୁ ତୁରନ୍ତ ପୋଲିସ ହେପାଜତକୁ ନିଆଯାଇଛି ।

ଗୋ ଖାଦ୍ୟ ଦୁର୍ନୀତି ନେଇ ଲାଲଙ୍କ ବିରୋଧରେ ୫ଟି ମାମଲା ମଧ୍ୟରୁ ଆହୁରି ୩ଟି ମାମଲା ରହିଛି । ଚାଇଁବସା ଟ୍ରେଜରୀରୁ ୩୭.୫ କୋଟି ଟଙ୍କା ହେରଫେର ନେଇ ଅକ୍ଟୋବର ୨୦୧୩ ମସିହାରେ ୫ ବର୍ଷ ଜେଲ ଓ ୨୫ ଲକ୍ଷ ଟଙ୍କା ଜରିମାନା ହୋଇଥିଲା । ତେବେ ସେହିବର୍ଷ ଡିସେମ୍ବର ମାସରେ ସୁପ୍ରିମକୋର୍ଟରୁ ଲାଲୁଙ୍କୁ ଜାମିନ ମିଳିଥିଲା ।

lalu1234--621x414ଗୋଖାଦ୍ୟ ମହାଘୋଟଲାର ପୂରା ଘଟଣା :
– ଅଶୀ ଓ ନବେ ଦଶକରେ ଅବିଭକ୍ତ ବିହାରରେ ୯୫୦ କୋଟି ଟଙ୍କାର ଗୋ-ଖାଦ୍ୟ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା ।
– ସ୍କୁଟର, ପୋଲିସ ଭ୍ୟାନ, ଅଏଲ ଟ୍ୟାଙ୍କର, ଅଟୋରେ ଗାଈ ଓ ଗୋ-ଖାଦ୍ୟ ସପ୍ଲାୟରମାନେ ପଠାଉଥିଲେ ଏବଂ ଏସବୁ ଉପରେ ପ୍ରଶ୍ନ ନ ଉଠାଇ କୋଟି କୋଟି ଟଙ୍କାର ବିଲ୍ ପାସ କରିଥିଲା ଟ୍ରେଜରୀ ।
– ୧୯୯୧ରୁ ୧୯୯୬ ମଧ୍ୟରେ ଜାଲ୍ ବିଲ୍ ଦେଇ ଦେଓଘର ଟ୍ରେଜରୀରୁ ୮୯ ଲକ୍ଷ ଟଙ୍କା ଏବଂ ଚାଇଁବସା ଟ୍ରେଜରୀରୁ ୩୭.୭ କୋଟି ଟଙ୍କା ଉଠାଯାଇଥିଲା ।
– ସେହିପରି ୧୯୯୩ରୁ ୧୯୯୬ ମଧ୍ୟରେ ଘୁଷୁରୀ, ଛେଳି, ମେଣ୍ଢା ଓ କୁକୁଡା କିଣିବାକୁ ୧୦.୫ କୋଟି ଟଙ୍କା ବ୍ୟୟବରାଦ କରିଥିଲା ପଶୁସଂପଦ ବିଭାଗ । ମାତ୍ର ବିଲ୍ ହୋଇଥିଲା ୨୫୫.୩୩ କୋଟି ଟଙ୍କା ।
– ଅଡିଟର ଜେନେରାଲ ଏହି ଅନିୟମିତତାକୁ ଧରିବା ପରେ ସିବିଆଇ ମୋଟ ୩୮ ଜଣଙ୍କ ଉପରେ ମାମଲା ଦାୟର କରିଥିଲା ।
– ମାମଲା ଚାଲିଥିବା ବେଳେ ୧୧ ଜଣ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଥିଲା । ୨ ଜଣ ଦୋଷ ସ୍ୱୀକାର କରିଥିଲେ