ଗୋଖାଦ୍ୟ ଦୁର୍ନୀତି ମାମଲାରେ ଆସିଲା ରାୟ ! ଜେଲ ଗଲେ ଲାଲୁ, ଆସନ୍ତା ଜାନୁୟାରୀ ୩ରେ ହେବ ଦଣ୍ଡ ଶୁଣାଣି

45

ଜେଲ ଗଲେ ଲାଲୁ ପ୍ରସାଦ ଯାଦବ । ବହୁ ଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତି ମାମଲାରେ ବିହାରର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ଆରଜେଡିର ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ରାଞ୍ଚିର ସ୍ୱତନ୍ତ୍ର ସିବିଆଇ କୋର୍ଟ । ଦେବଘର ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କୁ ଦୋଷୀ କରିଛନ୍ତି କୋର୍ଟ । ତେବେ ଆଗାମୀ ଜାନୁୟାରୀ ୩ ତାରିଖରେ ଏହି ଦୁର୍ନୀତି ମାମଲାରେ ଦଣ୍ଡବିଧାନ ଶୁଣାଇବେ । ତେବେ ଏହି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କ ସମେତ ଅନ୍ୟ ୬ ଜଣଙ୍କୁ ଦୋଷମୁକ୍ତ କରିଛନ୍ତି କୋର୍ଟ । ତେବେ ରାୟ ଆସିବା ପରେ ଲାଲୁ କୋର୍ଟ ପରିସରରୁ ସିଧାସଳଖ ଜେଲ ଯିବେ । ତେବେ ଏହି ରାୟ ଆସିବା ପରେ ଆରଜେଡି କହିଛି ରାଜନୈତିକ ଆକ୍ରୋଶ ଯୋଗୁଁ ଏଭଳି ପଦକ୍ଷେପ ନିଆଯାଇଛି । ତେବେ ଏହି ରାୟ ବିରୋଧରେ ହାଇକୋର୍ଟ ଯିବା ପାଇଁ ଆରଜେଡି କହିଛି ।

lalu-prasad-yadav_647_072715044117_070517092949_070717122738କଣ ଥିଲା ପୂରା ମାମଲା :
୧୯୯୦ରୁ ୧୯୯୪ ମସିହା ମଧ୍ୟରେ ଗୋଖାଦ୍ୟ ନାମରେ ଦେବଘର କୋଷଗାରରୁ ଅବୈଧ ଭାବେ ୮୯ ଲକ୍ଷ ଟଙ୍କା ହଡପ କରାଯାଇଥିଲା । ଯାହା ସାମ୍ନାକୁ ଆସିବା ପରେ ଗୋଖାଦ୍ୟକୁ ନେଇ ହୋଇଥିବା ମହାଘୋଟାଲାକୁ ନେଇ ଆରମ୍ଭ ହୋଇଥିଲା ତନାଘନା । ସେହି ସମୟରେ ଲାଲୁ ଯାଦବ ବିହାରର ମୁଖ୍ୟମନ୍ତ୍ରୀ ଥିଲେ । ତେବେ ଏହି ମହାଘୋଟାଲାରେ ମୋଟ ୯୫୦ କୋଟି ଟଙ୍କାର ଦୁର୍ନୀତି ହୋଇଥିଲା । ଏହି ମାମଲାରେ ସିବିଆଇ ୧୯୯୭ରେ ଏକ ଦୁର୍ନୀତି ମାମଲା ଦାୟର କରି ତଦନ୍ତ ଚଳାଇଥିଲେ । ଏହି ମାମଲାରେ ସିବିଆଇ ମୋଟ ୩୮ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଥିଲା । ତେବେ ଲାଲୁ ଯଦି ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ସର୍ବାଧିକ ସାତ ବର୍ଷ ଜେଲ ହୋଇପାରେ । ଏହା ପୂର୍ବରୁ ମଧ୍ୟ ଏହି ମାମଲାରେ ଲାଲୁ ଜେଲ ଯାଇଛନ୍ତି ।