ଗୋଖାଦ୍ୟ ଦୁନୀତିର ଚତୁର୍ଥ ମାମଲାରେ ଲାଲୁଙ୍କୁ ପୁଣି ୧୪ବର୍ଷ ଜେଲ୍ ! ଦୁମୁକା ଟ୍ରେଜେରୀରୁ ଅର୍ଥ ହେରଫେର ଘଟଣାରେ ଦଣ୍ଡାଦେଶ

17

ନକ ବ୍ୟୁରୋ : ବିର୍ସାମୁଣ୍ଡା ଜେଲରେ ବନ୍ଦୀ ଥିବା ଆରଜେଡି ମୁଖ୍ୟ ଲାଲୁପ୍ରସାଦ ଯାଦବଙ୍କୁ ପୁଣି ଏକ ଝଟକା । ବହୁ ଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତିର ଚତୁର୍ଥ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଲାଲୁଙ୍କୁ ପୁଣି ୧୪ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ମାମଲାରେ ସିବିଆଇ ସ୍ୱତନ୍ତ୍ର କୋର୍ଟ ଲାଲୁଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଦୁମକା ଟ୍ରେଜେରୀରୁ ଟଙ୍କା ହଡପ ମାମଲାରେ ଲାଲଙ୍କୁ ଦୁଇଟି ଧାରାରେ ୭-୭ ବର୍ଷ ୧୪ ବର୍ଷ ଜେଲ ହୋଇଛି । ଏହା ସହିତ ଦୁଇଟି ଧାରାରେ ମାମଲାରେ ୩୦ -୩୦ ଲକ୍ଷ ୬୦ଲକ୍ଷ ଟଙ୍କା ଜୋରିମାନା ଦଣ୍ଡାଦେଶ ଦେଇଛନ୍ତି କୋର୍ଟ ।

 

ବର୍ତ୍ତମାନ ଝାଡଖଣ୍ଡରେ ଥିବା ଦୁମକା ଟ୍ରେଜେରୀରୁ ୩ କୋଟି ୧୩ ଲକ୍ଷ ଟଙ୍କା ଠକେଇ ନେଇ ତତକାଳୀନ ମୁଖ୍ୟମନ୍ତ୍ରୀ ଲାଲୁଙ୍କ ବିରୋଧରେ ଅଭିଯୋଗ ରହିଥିଲା । ଗୋଖାଦ୍ୟ ପାଇଁ ଲାଲୁ, ବେଆଇନ୍ ଭାବେ ଜାଲ୍ କାଗଜପତ୍ର ଦେଖାଇ ଏହି ଟଙ୍କା ଉଠାଇଥିଲେ । ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କ ବିରୋଧରେ ୫ ଟି ମାମଲା ଚାଲିଛି । ବର୍ତମାନ ସୁଦ୍ଧା ସେ ୪ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇସାରିଛନ୍ତି । ପ୍ରଥମ ମାମଲାରେ ଲାଲୁଙ୍କୁ ୫ ବର୍ଷ , ଦ୍ୱିତୀୟ ମାମଲାରେ ସାଢେ ୩ ବର୍ଷ ଏବଂ ତୃତୀୟ ମାମଲାରେ ୫ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି । ଦୁମକା ପରେ ଚାରା ଘୋଟାଲାର ଶେଷ ମାମଲା, ଦୋରଣ୍ଡା ଟ୍ରେଜେରୀ ମାମଲାରେ ଆଗକୁ ଶୁଣାଣି ହେବ ।