ସିବିଆଇ ସ୍ୱତନ୍ତ୍ର ଅଦାଲତରେ ଲାଲୁ ଯାଦବଙ୍କ ଆତ୍ମସମର୍ପଣ ! ପ୍ରଥମେ ଜେଲ୍ ଯିବା ପାଇଁ କୋର୍ଟ ଦେଲେ ନିର୍ଦ୍ଦେଶ ।

29

କନକ ବ୍ୟୁରୋ : ଚାରା ଘୋଟାଲା ମାମଲାରେ ମୁଖ୍ୟ ଅଭିଯୁକ୍ତ ରହିଥିବା ଲାଲୁ ପ୍ରସାଦ ଯାଦବ ରାଂଚି ସ୍ଥିତ ସିବିଆଇ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ଲାଲୁଙ୍କ ପାରୋଲ ଅବଧି ଶେଷ ହେବା ପରେ ତାଙ୍କୂୁ ସିବିଆଇ କୋର୍ଟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ରହିଥିଲା । ଆତ୍ମସମର୍ପଣ ପରେ ଲାଲୁ ବିର୍ସାମୁଣ୍ଡା ଜେଲକୁ ଯାଇଛନ୍ତି । ଏହାପରେ ତାଙ୍କୁ ରିମସକୁ ଚିକିତ୍ସା ପାଇଁ ନିଆଯିବ । ତେବେ ହାଜର ସମୟରେ ଲାଲୁ କହିଛନ୍ତି ଦେଶର ନ୍ୟାୟିକ ବ୍ୟବସ୍ଥା ଉପରେ ତାଙ୍କର ପୁରା ଭରଷା ଅଛି । କୋର୍ଟଙ୍କ ଆଦେଶ ଯାହା ହେବ ତାକୁ ସେ ପାଳନ କରିବେ ।

ଏଥିରେ ତାଙ୍କର କୌଣସି ଇଚ୍ଛା ନଥିବା ସେ କହିଛନ୍ତି । ଗତ ମେ ୧୦ ତାରିଖରେ ଲାଲୁ ତାଙ୍କ ବଡ ପୁଅ ତେଜପ୍ରତାପଙ୍କ ବିବାହ ପାଇଁ ପାରୋଲରେ ଆସିଥିଲେ । ତେବେ ସେତେବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖବର ଦର୍ଶାଇ ଦୀର୍ଘ ୩ମାସ ସେ ପାରୋଲରେ ଥିଲେ । ଗତ ୨୭ ତାରିଖରେ ତାଙ୍କ ପାରୋଲ ଅବଧି ଶେଷ ହୋଇଥିଲା । ସେ ଆଉ ଅଧିକ ଦିନ ପାରୋଲରେ ଯିବାକୁ କୋର୍ଟଙ୍କୁ ଅନୁମତି ମାଗିଥିଲେ । କିନ୍ତୁ କୋର୍ଟ ଅନୁମତି ଦେଇନଥିଲେ । ତେବେ ଦୀର୍ଘ ୧୧୦ ଦିନ ପରେ ଲାଲୁ ଜେଲ ଫେରିଛନ୍ତି ।