ପୁଅର ସମର୍ଥନରେ ବାହାରିଲେ ବାପା ଲାଲୁ ଯାଦବ ! କହିଲେ ପଦ ଛାଡିବେନି ତେଜସ୍ୱୀ

26

କନକ ବ୍ୟୁରୋ: ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଇସ୍ତଫା ପ୍ରସଙ୍ଗକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ତେଜସ୍ୱୀଙ୍କୁ ସମର୍ଥନ କରିଛନ୍ତି ତାଙ୍କ ବାପା ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ । ଲାଲୁ କହିଛନ୍ତି ଯେ ଇସ୍ତଫା ଦେବା ପାଇଁ କେବଳ ଏତଲା ଯଥେଷ୍ଟ ନୁହେଁ । ତେଣୁ କେବଳ ଦୁର୍ନୀତି ଅଭିଯୋଗ ଏତଲା ଆଧାରରେ ତେଜସ୍ୱୀ ଇସ୍ତଫା ଦେବାର ପ୍ରଶ୍ନ ଉଠୁନି ବୋଲି ସ୍ପଷ୍ଟ କରିଛନ୍ତି ଲାଲୁ ଯାଦବ ।

ସେପଟେ ବିହାରରେ ମହାମେଂଟକୁ ବଜାୟ ରଖିବା ପାଇଁ ମଧ୍ୟସ୍ଥି ହେବାକୁ ପ୍ରୟାସ ଆରମ୍ଭ କରିଛି କଂଗ୍ରେସ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏନେଇ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ସହ ଆଲୋଚନା କରିଛନ୍ତି ।

ବିହାରରେ ମେଂଟ ସରକାରକୁ କାଏମ ରଖିବା ପାଇଁ ଉଭୟ ଜେଡିୟୁ ଓ ଆରଜେଡି ଦଳକୁ ସୁହାଇଲା ଭଳି ରାସ୍ତା ଖୋଜୁଛି କଂଗ୍ରେସ । ହେଲେ ଲାଲୁ କିନ୍ତୁ ଏହି ମାମଲାରେ ସୋନିଆଙ୍କ ସହ କୌଣସି କଥାବାର୍ତ୍ତା ହେବନି ବୋଲି କହିଥିବା ସୂଚନା ମିଳିଛି ।