ଚାରା ଘୋଟାଲାରେ ଲାଲୁଙ୍କୁ ମିଳିଲା ଜେଲ ଦଣ୍ଡାଦେଶ ! ସାଢେ ୩ବର୍ଷର ସଜା ଓ ୫ଲକ୍ଷ ଟଙ୍କାର ଜରିମାନା

66

କନକ ବ୍ୟୁରୋ :  ଚାରା ଘୋଟାଲାରେ ଲାଲୁ ପ୍ରସାଦ ଯାଦବଙ୍କୁ ମିଳିଲା ଜେଲ ଦଣ୍ଡାଦେଶ ରାଂଚିର ସ୍ୱତନ୍ତ୍ର ସିବିଆଇ କୋର୍ଟ ଲାଲୁଙ୍କୁ ଶୁଣାଇଛନ୍ତି ସାଢେ ୩ ବର୍ଷ ସଜା ଓ ୫ ଲକ୍ଷ ଟଙ୍କାର ଜରିମାନା । ଜାମିନ ପାଇଁ ହାଇକୋର୍ଟ ଯାଇପାରନ୍ତି ଲାଲୁ । ଦେଓଘର କୋଷାଗାର ମାମଲାରେ ଲାଲୁ ଯାଦବଙ୍କୁ ମିଳିଛି ଜେଲ ଦଣ୍ଡାଦେଶ ।

ଗତକାଲି ଶୁଣାଣି ସମୟରେ କୋର୍ଟଙ୍କୁ କୋହଳ ଦଣ୍ଡ ଦେବାକୁ ଲାଲୁଙ୍କ ଓକିଲ ଅପିଲ୍ କରିଥିଲେ । ଖରାପ ସ୍ୱାସ୍ଥ୍ୟର କାରଣ ଦର୍ଶାଇ କୋର୍ଟଙ୍କୁ ଏହି ଗୁହାରି କରିଛନ୍ତି ଲାଲୁଙ୍କ ଓକିଲ । ଚୂଡ଼ାନ୍ତ ରାୟ ଆସିବାର ଥିବାରୁ କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇ ଥିଲା । ସେହିପରି ବାହାରେ ଲାଲୁ ସମର୍ଥକଙ୍କ ନାରାବାଜି ମଧ୍ୟ ଦେଖିବାକୁ ମିଳିଥିଲା । ଆଜି ଚୂଡ଼ାନ୍ତ ରାୟ ପ୍ରକାଶ ପାଇବା ପରେ ଲାଲୁଙ୍କ ରାଜନୈତିକ ଭବିଷ୍ୟତ ଜଣାପଡ଼ିଛି । ଚାରା ଘୋଟାଲା ମାମଲାରେ ଲାଲୁ ଯାଦବଙ୍କ ସମେତ ୧୬ଜଣ ଦୋଷୀ ସାବ୍ୟସ୍ତ କରିଛନ୍ତି ସିବିଆଇ ସ୍ୱତନ୍ତ୍ର କୋର୍ଟ । ଗତକାଲି ଭିଡିଓ କନଫରେନ୍ସିଂ ଜରିଆରେ ଲାଲୁ କୋର୍ଟରେ ହାଜର ହୋଇଥିଲେ । ତେବେ ୫ ମିନିଟରେ ଲାଲୁଙ୍କ ଶୁଣାଣି ଶେଷ ହୋଇଥିଲା । ରାଜନୀତି ହେଉ ବା ବ୍ୟକ୍ତିଗତ ଜୀବନ ଶୈଳୀ ହେଉ ଲାଲୁ ଯାଦବ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ଏବେ ଚାରା ଘୋଟାଲାରେ ସ୍ୱତନ୍ତ୍ର କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଆରଜେଡିର ପ୍ରମୁଖ ଲାଲୁ ପ୍ରସାଦ ଯାଦବ।

କ’ଣ ଥିଲା ଦେଓଘର ଟ୍ରେଜରୀ ମାମଲା ?
ବିହାର ସରକାର ୧୯୯୧ରୁ ୧୯୯୪ ମଧ୍ୟରେ କାଟେଲ ମେଡିସିନ୍ ଓ ଚାରା କିଣିବା ପାଇଁ କେବଳ ୪ଲକ୍ଷ ୭ ହଜାର ଟଙ୍କା ପାସ୍ କରିଥିଲେ । ସେତେବେଳେ ଏହି ସମୟରେ ଦେଓଘର ଟ୍ରେଜରୀରୁ ୬ ନକଲି ଆଟଲମେଂଟ ଲେଟରରୁ ୮୯ ଲକ୍ଷ ୪ହଜାର ୪୧୩ ଟଙ୍କା ବାହାର କରିନିଆଯାଇଥିଲା ।

୧୯୯୬ରେ ମାମଲା ସାମ୍ନାକୁ ଆସିଲା –
ଜାନୁୟାରୀ ୧୯୯୬ରେ ପାଖାପାଖି ୯୫୦ କୋଟି ଟଙ୍କାର ଚାରା ଘୋଟାଲା ପ୍ରଥମ ଥର ପାଇଁ ସାମ୍ନାକୁ ଆସିଥିଲା । ଏହି ଅନୁସାରେ ୧୯୯୦ ଦଶକରେ ସରକାରୀ ଟ୍ରେଜରୀରୁ ଚାରା ସପ୍ଲାଇ ନାମରେ ଏମିତି କଂପାନୀଗୁଡିକୁ ଅର୍ଥ ଜାରି କରିଥିଲେ , ଯାହା କି କେବେ ନଥିଲା ।

କିଛି ଦିନ ତଳେ ଲାଲୁଙ୍କର ଟ୍ୱିଟ୍ ସାମ୍ନାକୁ ଆସିଥିଲା ଏଥିରେ ସେ ନିଜକୁ ସୁନା ବୋଲି କହିଥିଲେ । ସେଥିରେ ସେ କହିଥିଲେ , ‘ସୁନା କୁ ଯଦି ତାପ ଦିଆଯାଏ ତ କଣ ହୁଏ ? ’ । ଏହି ଟ୍ୱିଟ୍ ଜରିଆରେ ଲାଲୁ ନିଜକୁ ‘ସୁନା’ ସହ ତୁଳନା କରିଥିଲେ । ଆଉ ଦର୍ଶାଇ ଦେଇଥିଲେ କି ଜେଲ୍ ଯିବା ପରେ ବି ସେ ସକ୍ରିୟ ରାଜନୀତିରୁ ଅଲଗା ହୋଇନାହାଁନ୍ତି । ବିହାର ରାଜନୀତିରେ ତାଙ୍କର ପ୍ରଭାବ ମଧ୍ୟ ରହିବ । ଆଉ ସେ କେବେ ହାରିବା ଲୋକ ନୁହଁନ୍ତି ।

ସୂଚନା ଯେ, ଏମିତି ପ୍ରଥମ ଥର ଲାଲୁଙ୍କ ପ୍ରତିକ୍ରିୟା ନୁହେଁ । ଯେବେ ଲାଲୁ ବା ତାଙ୍କର ପରିବାରର କୌଣସି ସଦସ୍ୟ ହୁଅନ୍ତି ସେମାନଙ୍କର ରୋଷ ଭାବ ସୋସିଆଲ୍ ମଂଚରେ ଦେଖିବାକୁ ମିଳେ । ଏହାପୂର୍ବରୁ ଲାଲୁଙ୍କ ପୁଅ ଓ ବିହାରର ପୂର୍ବ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ କହିଥିଲେ , ‘କଂସକୁ ଲାଗେ କି ଜେଲରେ ବନ୍ଦ କରିଦେଲେ ବିପଦ ଟଳିଯିବ । ତାଙ୍କୁ ଜଣାନାହିଁ କାଳ ଏବେ ଜନ୍ମ ନେବ ବୋଲି । ’ ନିଜର ପିତା ଓ ଆରଜେଡି ନେତା ଲାଲୁ ଯାଦବଙ୍କ ଜେଲ୍ ଯିବା ପରେ ତେଜସ୍ୱୀ ଯାଦବ ବିରୋଧିଙ୍କ ଉପରେ ଆଟାକିଂ ମୁଡରେ । ସେ ଲଗାତାର ଟ୍ୱିଟ୍ କରି ବିରାଧି ଦଳ ଉପରେ ବର୍ଷିଛନ୍ତି । ଏହା ପୂର୍ବରୁ ସେ ଟ୍ୱିଟ୍ କରି କହିଥିଲେ , ‘ ଯଦି ଲାଲୁଜୀ ବିଜେପି ସହ ହାତ ମିଳାଇଥା’ନ୍ତେ ତ ସେ ଆଜି ଭାରତର ରାଜା ହରିଶ୍ଚନ୍ଦ୍ର ହୋଇଥାନ୍ତେ । ତଥାକଥିତ ଚାରା ଘୋଟାଲା ଦୁଇ ମିନିଟ୍ ରେ ଭାଇଚାରା ଘୋଟାଲା ହୋଇଯାଇଥାନ୍ତା , ।’