ଜେଲରେ ଅସୁସ୍ଥ ହୋଇଗଲେ ଲାଲୁ ! ଚିକିତ୍ସା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଅଣାଗଲା ହସ୍ପିଟାଲ

33

ବିହାର ରାଷ୍ଟ୍ରୀୟ ଦଳ(ଆରଜେଡି) ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜନେତା ଲାଲୁ ପ୍ରସାଦ ଯାଦବଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଜେଲରୁ ଡାକ୍ତରଖାନା ଅଣାଯାଇଛି । ଚିିକିତ୍ସା ପାଇଁ ତାଙ୍କୁ ରିମସ୍ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଲାଲୁଙ୍କର ଅନେକ ଚେକଅପ ହୋଇପାରେ ବୋଲି ସୂଚନା ମିଳିଛି ।

ସୁଚନା ଅନୁସାରେ ଚାରା ଘୋଟାଲା ମାମଲାରେ ଦୁମକା କୋଷାଗାରରୁ ୩.୧୩ କୋଟି ଟଙ୍କା ଅବୈଧ ରୁପେ ବ୍ୟବହାର କରିଥିବାରୁ ଲାଲୁ ପ୍ରସାଦ ଯାଦବଙ୍କୁ ଜେଲ୍ ଦଣ୍ଡାଦେଶ ହୋଇଥିଲା । ତେବେ ଶୁଣାଣିରେ ବିଳମ୍ବରେ ହେବା ସହ ଦିନ ଗଡି ଚାଲିଛି । ସିବିଆଇ ଜଜ୍ ଶିବପାଲ୍ ସିଂହ ପ୍ରଥମେ ଏହାର ଶୁଣାଣି ତାରିଖ ୧୫ ମାର୍ଚ୍ଚକୁ ଧାର୍ଯ୍ୟ କରିଥିଲେ । କିନ୍ତୁ ଲାଲୁଙ୍କ ଅସୁସ୍ଥତାକୁ ନଜରରେ ରଖି ଏହି ତାରିଖକୁ ଘୁଞ୍ଚାଇଦିଆଯାଇଥିଲା । ବର୍ତ୍ତମାନ ମାର୍ଚ୍ଚ ୧୯ ତାରିଖକୁ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି ।

ଲାଲୁ ୧୯୯୫ ରୁ ୧୯୯୬ ବିହାରର ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏହି ଘୋଟାଲାରେ ୩.୧୩ କୋଟି ଟଙ୍କା ହଡପ କରିଥିଲେ । ଯେଉଁଥିପାଇଁ ତାଙ୍କୁ ସାଢେ ୧୩ ବର୍ଷର ସଜା ଶୁଣାଇ ଦିଆଯାଇଛି ।