ଭଉଣୀ ସହି ପାରିଲେନି ଭାଇର ଦୁଃଖ ! ଲାଲୁଙ୍କ ଜେଲ ଦଣ୍ଡାଦେଶ ଶୁଣି ହୃଦଘାତରେ ବଡ ଭଉଣୀଙ୍କର ଦେହାନ୍ତ

33

ପାଟନା : ରବିବାର ଦିନ ଆରଜେଡି ସୁପ୍ରିମ ଲାଲୁ ପ୍ରସାଦ ଯାଦବଙ୍କ ବଡ ଭଉଣୀ ଗଙ୍ଗୋତ୍ରୀ ଦେବୀଙ୍କର ଦେହାନ୍ତ ହୋଇଛି । ତାଙ୍କର ବୟସ ଥିଲା ୮୫ ବର୍ଷ । ଲାଲୁ ଜେଲରୁ ଫରିବା ନେଇ ଅପେକ୍ଷା କରିଥିଲେ । ଗତ କିଛିଦିନ ଧରି ଲାଲୁଙ୍କ ଜେଲରୁ ମୁକ୍ତି ପାଇଁ ପୂଜା ପାଠ ବି କରୁଥିଲେ । ଏହା ଭିତରେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି ।

ହିନ୍ଦୁସ୍ତାନ ଡଟ୍ କମ୍ ର ସୂଚନା ଅନୁସାରେ , ବଡ ଭଉଣୀ ଲାଲୁ ପ୍ରସାଦଙ୍କର ବହୁତ ନିକଟତର ଥିଲେ । ଲାଲୁଙ୍କୁ ସାଢେ ତିନି ବର୍ଷ ଜେଲ ଜେଲ ଦଣ୍ଡାଦେଶ ଶୁଣି ଗଙ୍ଗୋତ୍ରୀ ଦେବୀ ମର୍ମାହତ ହୋଇପଡ଼ିଥିଲେ। ସେହି ସମୟରୁ ସେ କାହା ସହିତ କିଛି କଥାବାର୍ତ୍ତା ନକରି ଗୁମ୍ ମାରି ବସି ରହୁଥିଲେ । ଫଳରେ ଆଜି ହୃଦଘାତରେ ମୃତ୍ୟୁ ହୋଇଛି ତାଙ୍କର । ଏହି ଖବର ଶୁଣି ଲାଲୁଙ୍କ ପତ୍ନୀ ତଥା ବିହାରର ପୂବ ମୁଖ୍ୟମନ୍ତ୍ରୀ ରାବିଡ଼ି ଦେବୀ, ପୁଅ ତେଜସ୍ୱୀ ଯାଦବ ଓ ତେଜପ୍ରତାପ ଯାଦବ ବାସଭବନରେ ପହଞ୍ଚି ଅନ୍ତିମ ଦର୍ଶନ କରିଛନ୍ତି।