ଆଜି ହେବ ଲାଲୁ ଯାଦବଙ୍କୁ ଦଣ୍ଡ ଶୁଣାଣି । ଗୋଖାଦ୍ୟ ଦୁର୍ନୀତି ମାମଲାରେ ଆଜି ଦଣ୍ଡାଦେଶ ଶୁଣାଇବେ ରାଂଚିର ସ୍ୱତନ୍ତ୍ର ସିବିଆଇ କୋର୍ଟ

26

କନକ ବ୍ୟୁରୋ : ଆଜିର ଦିନ ବିହାର ରାଜନୀତି ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ବିହାରର ଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ସମେତ ୧୬ ଜଣଙ୍କ ବୂିରୋଧରେ ଦଣ୍ଡ ଶୁଣାଇବେ ସିବିଆଇର ସ୍ୱତନ୍ତ୍ର କୋର୍ଟ । ଚାରା ଦୁର୍ନୀତିର ଗୋଟିଏ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଲାଲୁ ଯାଦବ । ଗତ ୨୩ ତାରିଖରେ ମାମଲାର ଶୁଣାଣି କରି କୋର୍ଟ ଗୋ-ଖାଦ୍ୟ ଦୁର୍ନୀତିର ଏକ ମାମଲାରେ ଲାଲୁ ଓ ୧୬ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।

୨୨ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣଙ୍କୁ ଦୋଷମୁକ୍ତ କରିଥିଲେ ସିବିଆଇ ସ୍ୱତନ୍ତ୍ର କୋର୍ଟ । ଏମାନଙ୍କ ମଧ୍ୟରେ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ର । ଦୋଷୀ ସାବ୍ୟସ୍ତ ହେବା ପରେ ଲାଲୁ ଯାଦବ ଏବେ ରାଂଚି ଜେଲରେ ଅଛନ୍ତି । ଗତକାଲି ଏହି ଶୁଣାଣି ହେବାର ଥିଲେ ବି ଏହା ଗୋଟିଏ ଦିନ ପାଇଁ ଘୁଂଚିଯାଇଥିଲା । ଲାଲୁ କୋର୍ଟକୁ ଯାଇ ଫେରିଆସିଥିଲେ ।