ବଡ ପୁଅକୁ ନେଇ ବଡ ଟେନସନରେ ଲାଲୁ ! ଠିକରେ ଶୋଇ ପାରୁନାହାନ୍ତି, କିଡନୀ ଉପରେ ପଡୁଛି ପ୍ରଭାବ

ପୁଅର ଛାଡପତ୍ର ନିଷ୍ପତି ଯୋଗୁଁ ଡିପ୍ରେସନରେ ଲାଲୁ ।  

150

ଟେନସନରେ ଆରଜେଡି ମୁଖିଆ ଲାଲୁ ଯାଦବ । କୌଣସି ରାଜନୀତିକ କାରଣକୁ ନେଇ ନୁହେଁ ବରଂ ପରିବାରରେ ଚାଲିଥିବା କଳହକୁ ନେଇ ଟେନସନରେ ରହୁଛନ୍ତି ଲାଲୁ ଯାଦବ । ରାଞ୍ଚି ରିମ୍ସରେ ହସ୍ପିଟାଲର ଡାକ୍ତରଙ୍କ କହିବା ଅନୁଯାୟୀ, ବଡ ପୁଅ ତେଜପ୍ରତାପ ଓ ବୋହୂ ଐଶ୍ୱର୍ଯ୍ୟାଙ୍କ ଛାଡପତ୍ର ଘଟଣା ଶୁଣିବା ପରେ ଲାଲୁଙ୍କ ଡିପ୍ରେସନ ଲେବଲ ବଢିଯାଇଛି । ଏପରିକି ତାଙ୍କୁ ଠିକରେ ନିଦ ମଧ୍ୟ ଆସୁନାହିଁ ।

ଲାଲୁଙ୍କୁ ଠିକରେ ନିଦ ନ ହେବା କାରଣରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ମଧ୍ୟ ଏହାର ପ୍ରଭାବ ପଡୁଛି । ଡାକ୍ତରଙ୍କ କହିବା ଅନୁଯାୟୀ, ଲମ୍ବା ସମୟ ଧରି ମଧୁମେହ ରୋଗରେ ପୀଡିତ ଥିବା ଲାଲୁଙ୍କର କିଡନୀ ଉପରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଲାଲୁଙ୍କର କୀଡିନ ମାତ୍ର ୫୦ ପ୍ରତିଶତ କାମ କରୁଛି ।  ଅନେକ ରୋଗରେ ପୀଡିତ ଲାଲୁଙ୍କର ମୁଣ୍ଡ ମଧ୍ୟ ମଝିରେ ମଝିରେ ଚକ୍କର କାଟୁଛି ।

ଛାଡପତ୍ର ନିଷ୍ପତି ନେବା ପରେ ତେଜପ୍ରତାପ ବାବା ଲାଲୁ ପ୍ରସାଦଙ୍କୁ ଭେଟିବାକୁ ରାଞ୍ଚି ହସ୍ପିଟାଲ ଯାଇଥିଲେ । ଲାଲୁଙ୍କୁ ଭେଟିବା ପରେ ତାଙ୍କ ବିରୋଧରେ ପୂରା ପରିବାର ଷଡଯନ୍ତ୍ର କରୁଥିବା ଅଭିଯୋଗ କରିଥିଲେ । ଏପରିକି ଛାଡପତ୍ରକୁ ନେଇ ସେ ତାଙ୍କ ବାପାଙ୍କ କଥା ମଧ୍ୟ ମାନିବେ ନାହିଁ ବୋଲି କହିଥିଲେ ଓ ଛାଡପତ୍ର ନିଷ୍ପତିରେ ଅଡି ରହିଥିଲେ । ଆଉ ଏଭଳି ଘଟଣା ଜାଣିବା ପରେ ଲାଲୁଙ୍କର ଡିପ୍ରେସନ ବଢିଯାଇଥିବା ବେଳେ ସ୍ୱାସ୍ଥ୍ୟବସ୍ଥାରେ ମଧ୍ୟ ଅବନତି ଦେଖାଦେଇଛି ।