ରାଜ୍ୟ କଂଗ୍ରେସକୁ ଆଉ ଏକ ଝଟକା ! ଇସ୍ତଫା ଦେଲେ ନୟାଗଡ ଜିଲ୍ଲା କଂଗ୍ରେସ ସଭାପତି ଲାଲା ମନୋଜ ରାୟ

283

କନକ ବ୍ୟୁରୋ : ରାଜ୍ୟ କଂଗ୍ରେସକୁ ବଡ ଝଟକା ଲାଗିଛି । ନୟାଗଡ ଜିଲ୍ଲା କଂଗ୍ରେସ ସଭାପତି ପଦ ଓ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଲାଲା ମନୋଜ ରାୟ । ସେ ତାଙ୍କ ଇସ୍ତଫା ପତ୍ର ପିସିସି ସଭାପତିଙ୍କୁ ପଠାଇଦେଇଛନ୍ତି । ଦଳ ଉପରେ ଅସନ୍ତୋଷ ପ୍ରକାଶ କରି ସେ ପଦ ଓ ଦଳ ଛାଡିଥିବା ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି ।

୨୦୧୪ ବିଧାନସଭା ନିର୍ବାଚନରେ ନୟାଗଡ ଆସନରୁ ଲଢି ପରାଜିତ ହୋଇଥିଲେ ଲାଲା ମନୋଜ ରାୟ । ସେତେବେଳେ କୋଟିପତି ପ୍ରାର୍ଥୀଙ୍କ ମଧ୍ୟରୁ ସେ ଅନ୍ୟତମ ଥିଲେ । ଗତ ପଂଚାୟତ ନିର୍ବାଚନରେ ନୟାଗଡରେ କଂଗ୍ରେସ ଶୋଚନୀୟ ପରାଜୟ ବରଣ କରିଥିଲା । ଏହା ପରେ ଜିଲ୍ଲା କଂଗ୍ରେସରେ ଗୋଷ୍ଠୀକନ୍ଦଳ ତେଜିଥିଲା ।