ଆଜି ପବିତ୍ର ମାଘ ସପ୍ତମୀ । ଚନ୍ଦ୍ରଭାଗାରେ ବୁଡ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ ।

44

କନକ ବ୍ୟୁରୋ : ଆଜି ପବିତ୍ର ମାଘ ସପ୍ତମୀ ଅବସରରେ ଚନ୍ଦ୍ରଭାଗା କୂଳରେ ଲାଗିଥିଲା ଲକ୍ଷାଧିକ ଭକ୍ତଙ୍କ ଭିଡ । ସକାଳୁ ସକାଲୁ ସୂର୍ଯ୍ୟଦେବଙ୍କୁ ପୂଜାର୍ଚ୍ଚନା କରି ମହୋଦଧୀରେ ବୁଡ ପକାଇଥିଲେ ଶ୍ରଦ୍ଧାଳୁ । ଏହା ସହ ମନସ୍କାମନା ପୂରଣ ପାଇଁ ମଧ୍ୟ ସୂର୍ଯ୍ୟ ଦେବତାଙ୍କୁ ପ୍ରାର୍ଥନା କରିଛନ୍ତି । ପୂରାଣ ଅନୁଯାୟୀ ଆଜିର ତିଥିରେ ବୁଡ ପକାଇଲେ ବିଭିନ୍ନ ରୋଗରୁ ଆରୋଗ୍ୟ ମିଳିଥାଏ ।

ଶ୍ରଦ୍ଧାଳୁମାନେ ନବଗ୍ରହ ମନ୍ଦିରରେ ପୂଜା କରିବା ସହ ସୂର୍ଯ୍ୟ ମନ୍ଦିର ବୁଲି ଦେଖିଥିଲେ ।ବିଶ୍ୱାସ ରହିଛି କୃଷ୍ଣଙ୍କ ପୁ୍ଅ ଶାମ୍ବ ୨୧ ଦିନଧରି ସୂର୍ଯ୍ୟଦେବଙ୍କୁ ଉପାସନା କରିଥିଲେ । ଶେଷରେ ସେ କୁଷ୍ଠ ରୋଗରୁ ମୁକ୍ତି ପାଇଥିଲେ । ସେହିଦିନଠାରୁ ମାଘ ସପ୍ତମୀରେ ବୁଡ ପକାଇ ଆସୁଛନ୍ତି ଶ୍ରଦ୍ଧାଳୁ । ସୂର୍ଯ୍ୟଦେବଙ୍କୁ ସନ୍ତୁଷ୍ଟ କରି ବିଭିନ୍ନ ରୋଗରୁ ଆରୋଗ୍ୟ ଲାଭ କରୁଛନ୍ତି । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ତେବେ ଆଜି ଓଡିଶା ବନ୍ଦ ଯୋଗୁ ଶ୍ରଦ୍ଧାଳୁ ହନ୍ତସନ୍ତ ହୋଇଛନ୍ତି । ଚନ୍ଦ୍ରଭାଗାକୁ ବୁଡ ପକାଇବାକୁ ଆସିଥିବା ଶ୍ରଦ୍ଧାଳୁ ଗାଡି ମଟର ବନ୍ଦ ଯୋଗୁଁ ଫେରିବାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।