ପଦବୀ ସଂଖ୍ୟା ୪,୪୧୦, ଆବେଦନ କଲେ ୮ଲକ୍ଷ !

189

ମହାରାଷ୍ଟ୍ରରେ ୪,୪୧୦ ପଦବୀ ପାଇଁ ମୋଟ୍ ୭.୮ ଲକ୍ଷ ଜଣ ଆବେଦନ କରିଛନ୍ତି । ଯେଉଁ ପଦବୀ ପାଇଁ ନିଯୁକ୍ତି ବିଜ୍ଞାପନ ବାହାରିଛି ତାହା ତୃତୀୟ ଓ ଚତୁର୍ଥ ଶ୍ରେଣୀର । ସୂଚନା ଅନୁସାରେ ତୃତୀୟ ଓ ଚତୁର୍ଥ ଶ୍ରେଣୀର ପଦବୀ ପାଇଁ ଡିଗ୍ରିଧାରୀ ପିଲାମାନେ ମଧ୍ୟ ଆବେଦନ କରିଛନ୍ତି ।

ଫରେଷ୍ଟ ଗାର୍ଡ଼, ଜୁୟନିୟର କ୍ଲର୍କ, ଜୁନିୟର ଆକାଉଂଟାଟ ପରି ଅନେକ ପଦବୀ ପାଇଁ ନିଯୁକ୍ତି ବିଜ୍ଞାପନ ଦିଆଯାଇଛି । ଫରେଷ୍ଟ ଗାର୍ଡ଼ ପାଇଁ ସର୍ବାଧିକ ଆଶାୟୀ ଆବେଦନ କରିଛନ୍ତି । ଆଉ ଏହି ପଦବୀ ପାଇଁ ନିମ୍ନତମ ଶିକ୍ଷାଗତ ଯୋଗ୍ୟତା ରହିଛି ଯୁକ୍ତ ୨ । ଅନ୍ୟପଟେ ଜୁନିୟର କ୍ଲର୍କ ଓ ଜୁନିୟର ଆକାଉଂଟାଂଟ ପାଇଁ ୧.୭ ଲକ୍ଷ ଆବେଦକ ଆବେଦନ କରିଛନ୍ତି ।

ମହାରାଷ୍ଟ୍ର ସରକାର ନିର୍ବାଚନ ପୂର୍ବରୁ ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ୭୨ ହାଜର ଖାଲି ପଡ଼ିଥିବା ପଦବୀ ପୂରଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ସରକାର ପ୍ରଥମ ପର୍ଯ୍ୟାୟରେ ୪,୪୧୦ ଜଣଙ୍କୁ ନିଯୁକ୍ତି ଦେବାପାଇଁ ପ୍ରକ୍ରିୟା ଆରମ୍ଭ କରିଦେଇଛି । ଅନ୍ୟପଟେ ପୁଣି ଥରେ ୧୨ ହଜାର ପଦ ଉପରେ ଖୁବଶୀଘ୍ର ନିଯୁକ୍ତ ବିଜ୍ଞାପନ ଦେବାର ସମ୍ଭାବନା ରହିଛି ।