ପରିଚୟ ଖୋଜୁଛି ସହିଦଙ୍କ ଗାଁ ! କେବଳ ଜନ୍ମ ଜୟନ୍ତୀରେ ମନେ ପଡୁଛନ୍ତି ସହିଦ ଲକ୍ଷ୍ମଣ ନାୟକ, ମୌଳିକ ସୁବିଧାରୁ ବି ବଂଚିତ ଜନ୍ମମାଟି

66

କନକ ବ୍ୟୁରୋ : ଜୟନ୍ତୀ ଆସିଲେ ମନେ ପଡ଼ନ୍ତି ସହିଦ ଲକ୍ଷ୍ମଣ ନାୟକ । ଜନ୍ମ ଦିନ ଏବଂ ବଳିଦାନ ଦିବସ ଆସିଲେ ମନେ ପକାନ୍ତି ନେତା ଓ ସରକାର । ମିଳିଯାଏ ପ୍ରତିଶୃତିର ପାହାଡ଼ । ଅନ୍ୟ ଦିନେ ହୁଅନ୍ତି ଅଲୋଡ଼ା । ଦେଶକୁ ଆଲୋକ ଦେଇଥିବା ଲକ୍ଷ୍ମଣ ନାୟକଙ୍କ ଗାଁ କୋରାପୁଟର ତେନ୍ତୁଳିଗୁମା ଏବେବି ରହିଛି ଅନ୍ଧାରରେ । ପକ୍କା ରାସ୍ତା , ବିଜୁଳ, ପାଣି, ଓ ସ୍ୱାସ୍ଥ୍ୟ ସେବା ଏହି ଗାଁରୁ ବହୁ ଦୁରରେ । ଆଜି ବି ସହିଦଙ୍କ ପରିବାର ଦଦରା ଚାଳ ଘରେ ଦିନ କାଟୁଛନ୍ତି । ଦେଶ ପାଇଁ ବଳିଦାନ ଦେଇଥିବା ସହିଦ ଲକ୍ଷ୍ମଣ ନାୟକ ଆଜି ତାଙ୍କର ଯେଉଁ ଆଦର୍ଶ କୁ କାଗଜ କଲମରେ ବର୍ଣନା କରାଯାଉଛି ତାର ବାସ୍ଥବ ଚିତ୍ର ସମ୍ପୁର୍ଣ ଓଲଟା । କେବଳ ତାଙ୍କ ଜନ୍ମ ଜୟନ୍ତୀ ଆସିଲେ ତାଙ୍କ କଥା ମନେ ପକାନ୍ତି । ତାଙ୍କ ପ୍ରତିମୁର୍ତିରେ ମାଲ୍ୟାପର୍ଣ କରିବା ପରେ ସମସ୍ତେ ଭୁଲି ଯାଆନ୍ତି ।