ପାଟଣାଗଡ ରାଜ ପରିବାରରେ ପାଳନ ହେଲା ଲାଖବିନ୍ଧା ଉତ୍ସବ ! ସାମିଲ୍ ହେଲେ ରାଜା କନକ ବର୍ଦ୍ଧନ ସିଂ ଦେଓ

52

କନକ ବ୍ୟୁରୋ : ପାଟଣାଗଡ ରାଜ ପରିବାର ପକ୍ଷରୁ ମହାଆଡମ୍ବରେ ପାଳିିତ ହୋଇଛି ଲାଖବିନ୍ଧା । ଏହା ପ୍ରତିବର୍ଷ ବିଜୟାଦଶମୀରେ ପାଳିତ ହୋଇଥାଏ । ପ୍ରଥମେ ନିଜ ପରିବାର ସଦସ୍ୟ ତଥା କର୍ମୀ ମାନଙ୍କ ଗହଣରେ ରାଜା କନକ ବର୍ଦ୍ଧନ ସିଂ ଦେଓ ଲାଖବିନ୍ଧା କାର୍ଯ୍ୟକ୍ରମ ପାଳନ କରୁଥିଲେ । କିନ୍ତୁ ମେବାରରେ ତାଙ୍କ ଝିଅ ବାହା ହେବା ପରେ ମେବାର ଓ ପାଟଣାଗଡ ମଧ୍ୟରେ ଲାଖବିନ୍ଧା ଅନୁଷ୍ଠିତ ହେଉଛି ।

ପାଟଣା ମହାରାଜ ତଥା ବିଧାୟକ କନକ ବର୍ଦ୍ଧନ ସିଂହଦେଓ, ମହାରାଣୀ ସଂଗୀତା କୁମାର ସିଂହଦେଓ, ତାଙ୍କ ଝିଅ ନିବୃତ୍ତି କୁମାରି ସିଂହଦେଓ ଓ ବିହାର ଡୁମେରିଆର ରାଜା ଏହି ଉତ୍ସବରେ ସାମିଲ ହୋଇ ଲାଖକୁ ନିକ୍ଷେପ କରିଥିଲେ। ସମସ୍ତେ ବନ୍ଧୁକର ଗୋଟିଏ ଗୋଟିଏ ଗୁଳିରେ ନଡିଆକୁ ଭାଙ୍ଗିବାରେ ସମର୍ଥ ହୋଇଥିଲେ । ପରେ ଏ ବର୍ଷ ନୁତନ ପରମ୍ପରାରେ ତୀର ଚାଲନା ମଧ୍ୟ କରିଥିଲେ । ଏ ବର୍ଷ ଏ ଲାଖବିନ୍ଧା ଉତ୍ସବ ଦେଖିବାକୁ ବହୁ ଦୁରଦୁରାନ୍ତରୁ ଲୋକେ ଆସିିଥିଲେ ।