ଶାସକ ବିଜେଡିକୁ କାଉଂଟର : ସବଡିଭିଜନ ସ୍ତରରେ ବିଜେପିର ସତ୍ୟାଗ୍ରହ

29

କନକ ବ୍ୟୁରୋ : ଶାସକ ବିଜେଡିକୁ କାଉଂଟର କରି ସମାନ୍ତରାଳ ଭାବେ ସବଡିଭିଜନ ସ୍ତରରେ ସତ୍ୟାଗ୍ରହ କରୁଛି ବିଜେପି । ରାଜ୍ୟ ସରକାରଙ୍କ ବିଫଳତା ଏବଂ କେନ୍ଦ୍ର ସରକାର ବିରୋଧରେ ବିଜେଡି ଆଣୁଥିବା ମିଛ ଅଭିଯୋଗ ଉପରେ ସବ୍-ଡିଭିଜନ ସ୍ତରରେ ବିକ୍ଷୋଭ କରାଯାଉଛି ।

ଆଗକୁ ପଂଚାୟତ ନିର୍ବାଚନ ଥିବାରୁ ଏବେଠୁ ଆରମ୍ଭ ହୋଇଗଲାଣି ଛକାପଞ୍ଝା । କିଏ କେତେ ସ୍କୋର କରିବ ସେ ନେଇ ରାଜନୈତିକ ଦଳ ମଧ୍ୟରେ ପ୍ରତଯୋଗିତା ଆରମ୍ଭ ହୋଇଯାଇଛି । ରାଜ୍ୟ ସରକାର ନିଜର ବିଫଳତା ଘୋଡାଇବା ଲାଗି ଲୋକଙ୍କୁ ବିଭିନ୍ନ ସମୟରେ ବିଭ୍ରାନ୍ତ କରୁଛନ୍ତି ବୋଲି ବିଜେପି କହିଛି। ଶିକ୍ଷା, ସ୍ୱାସ୍ଥ୍ୟ. ଗମନାଗମନ ଓ ଆଇନଶୃଙ୍ଖଳା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିଜେପି ଟାର୍ଗେଟ କରିଛି ।