କେହି ଶୁଣିଲେନି, ଶେଷରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମହିଳା ସରପଞ୍ଚ ! ଜାଣନ୍ତୁ ଚିଠିରେ କଣ ଲେଖିଲେ ମହିଳା ସରପଞ୍ଚ

19

କନକ ବ୍ୟୁରୋ : ମଦ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସରପଂଚ । କଟକ ଜିଲ୍ଲ୍ା ଟାଙ୍ଗୀ ବ୍ଳକର ମହିଳା ସରପଂଚ ଶାନ୍ତିପ୍ରିୟା ମହାନ୍ତି ତାଙ୍କ ଅଂଚଳରୁ ମଦ ଦୋକାନ ଉଚ୍ଛେଦ କରିବା ପାଇଁ ଚିଠି ଲେଖିଛନ୍ତି । ସବୁଠାରୁ ବଡ କଥା ହେଉଛି ଯଦି ମଦ ଦୋକାନ ଉଚ୍ଛେଦ କରାନଯାଏ ତେବେ ଆଗକୁ ଅନସନରେ ବସିବା ପାଇଁ ବି ଚିଠିରେ ଉଲ୍ଲେଖ କରିଛନ୍ତି ମହିଳା ସରପଂଚ । ଗତ ୧୮ତାରିଖରେ ମହିଳା ସରପଂଚ ମଦ ବିରୋଧୀ ଆନ୍ଦୋଳନକୁ ଜୋରଦାର କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ଚିଠି ଲେଖିଥିଲେ । କଟକ ଟାଙ୍ଗି ଅଞ୍ଚଳରେ ସ୍କୁଲ ଓ କଲେଜକୁ ଲାଗି ମଦ ଦୋକାନ ରହିଥିବାରୁ ତାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ମହିଳା ସରପଂଚ । ଏହା ସହ ସେ କହିଛନ୍ତି ମଦ ଦୋକାନ ଥିବା କାରଣରୁ ସ୍କୁଲ ଓ କଲେଜ ଯାଉଥିବା ଛାତ୍ର ଛାତ୍ରୀଙ୍କ ଠାରୁ ଆରମ୍ଭ କରି ମନ୍ଦିରକୁ ଯାଉଥିବା ଭକ୍ତ ମାନେ ଅସାମାଜିକ ଲୋକଙ୍କ ଦୁର୍ବ୍ୟବହାରର ଶୀକାର ହେଉଥିବା ସେ ଅଭିଯୋଗ କରିଛନ୍ତି ।

ନିର୍ବାଚନ ସମୟରେ ବି ମଦଦୋକାନ ଉଚ୍ଛେଦ ପାଇଁ ସେ ସ୍ଥାନୀୟ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏମିତିକି ଏନେଇ ସେ ଜିଲ୍ଲାପାଳ ଅବାକରୀ ମନ୍ତ୍ରୀ ଓ ସ୍ଥାନୀୟ ବିଧାୟକଙ୍କୁ ଅବଗତ କଲା ପରେ ବି କୈାଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିବାରୁ ଏବେ ସେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଏ ଦିଗରେ ଚିଠି ଲେଖି ଅବଗତ କରିଛନ୍ତି । ସାରା ରାଜ୍ୟରେ ମଦ ବିିରୋଧୀ ଆନ୍ଦୋଳନ ବଢୁଥିବା ବେଳେ ଏବେ ମହିଳା ସରପଞ୍ଚଙ୍କ ଏଭଳି ଦାବି ମଦ ବିରୋଧରେ ଜନସଚେତନତା ସୃଷ୍ଟି କରିବ ବୋଲି କୁହାଯାଉଛି ।