ଲେଡି ପୁଲିସଙ୍କ ଲୁଟ୍ ପ୍ଳାନ୍ ! ଖାକିର ଦ୍ୱାହି ଦେଇ ସାଜିଲେ ଠକ

34

କେନ୍ଦୁଝର : ଲୋକଙ୍କୁ ଚୂନ ଲଗାଇଛନ୍ତି ଲେଡି ପୁଲିସ୍ ଅଫିସର । ଠକିନେଇଛନ୍ତି ୫୦ ଲକ୍ଷରୁ ଅଧିକ ଟଂକା । ଆଉ ଟଂକା ମାଗିବାରୁ ଥାନାରେ ପୁରାଇଦେବା ଧମକ ଦେଉଛନ୍ତି । ଏପରିକି ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଥାନା ବି ପ୍ରସ୍ତୁତ ହେଉନି । ଜଣେ କି ଦୁଇ ଜଣଙ୍କୁ ନୁହେଁ ଅନେକ ବ୍ୟବସାୟୀଙ୍କୁ ୫୦ ଲକ୍ଷରୁ ଅଧିକ ଟଙ୍କାର ଚୂନା ଲଗାଇ ଭୁଆଁ ବୁଲାଉଛନ୍ତି କେନ୍ଦୁଝର ଘଟଗାଁ ଥାନାର ଅଫିସର ନୟନ ବେହେରା ।

ଅଭିଯୋଗ ଅନୁସାରେ, ନୟନଙ୍କ ଶ୍ୱଶୁର, ସ୍ୱାମୀ ଓ ଦେଢଶୁରଙ୍କ ଘରୋଇ ବ୍ୟବସାୟ ରହିଛିି । ଏକାଧିକ ବ୍ୟବସାୟୀଙ୍କ ଠାରୁ ଏମାନେ ଚାଉଳ ଦୋକାନ ପାଇଁ ୫୦ ଲକ୍ଷରୁ ଅଧିକ ଟଙ୍କାର ଅଗ୍ରୀମ ମାଲ ମଧ୍ୟ ଉଠାଇଛନ୍ତି । ତେବେ ନିର୍ଧାରିତ ସମୟରେ ଟଙ୍କା ଫେରାଇଲେ ନାହିଁ । ଟଙ୍କା ଫେରାଇବାକୁ ପ୍ରତିଶ୍ରୁତି ଦେଲେ ଏହି ଲେଡି ଅଫିସର । ଏପରିକି ନିଜ ସରକାରୀ ଆକାଉଂଟରୁ ବିଭିନ୍ନ ସମୟରେ ମାତ୍ର ୧ଲକ୍ଷ ୧୦ ହଜାର ଟଙ୍କା ଫେରାଇ ମଧ୍ୟ, କିନ୍ତୁ ବାକି ଟଙ୍କା ଫେରାଇବାର ନାଁ ଧରି ଲେନି ।

ସବୁଠାରୁ ବଡ ପ୍ରଶ୍ନ ହେଉଛି ପୁଲିସ ବାବୁଆଣୀଙ୍କ ବିରୋଧରେ, ମାମଲା ରୁଜୁ କରିବାକୁ ଥାନା ପ୍ରସ୍ତୁତ ନୁହେଁ । ଅଭିଯୋଗକାରୀଙ୍କ ଅଭିଯୋଗ କେହି ଶୁଣିବାକୁ ପ୍ରସ୍ତୁତ ନୁହଁନ୍ତି । ତେଣୁ କୋର୍ଟର ଆଶ୍ରୟ ନେଇଛନ୍ତି ଠକାମୀର ଶିକାର ହୋଇଥିବା ବ୍ୟକ୍ତି ।