ପ୍ରଶାସନର କଟକଣାକୁ ବେଖାତିର : ନନ୍ଦିଘୋଷ ରଥରେ ଚଢିଲେ ମହିଳା ଭକ୍ତ

25

ପୁରୀ ବ୍ୟୁରୋ , କନକ ନ୍ୟୁଜ୍ : ପୁଣି ବିଶୃଙ୍ଖଳା । ରଥ ଉପରେ ଚଢିଲେ ଭକ୍ତ । ଆଡପ ମଣ୍ଡପକୁ ପହଣ୍ଡିରେ ଶ୍ରୀଜଗନ୍ନାଥ ଯିବା ପୂର୍ବରୁ ରଥ ଉପରକୁ ଜଣେ ଭକ୍ତ ଚଢିଥିବା ଅଭିଯୋଗ ଆସିଛି । କଟକଣା ଥିବା ସତ୍ୱେ ଭକ୍ତ ଜଣକ ରଥ ଉପରେ ଚଢିଥିବା ସୂଚନା ମିଳିଛି । ସେପଟେ ଗତବର୍ଷ ଏଭଳି ଏକ ଘଟଣାକୁ ନେଇ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା । ଚଳିତ ବର୍ଷ ଦିଅଁଙ୍କୁ ଛୁଇଁବା ଓ ରଥ ଉପରକୁ ସେବାୟତଙ୍କ ବ୍ୟତୀତ ଅନ୍ୟ ବ୍ୟକ୍ତିଙ୍କ ଚଢିବା ନେଇ ମନ୍ଦିର ପ୍ରଶାସନ କଟକଣା ଜାରି କରିଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତଙ୍କ ସଂପର୍କୀୟ ଜଣେ ରଥ ଉପରେ ଚଢିଥିବା ସ୍ୱାକୀର କରିଥିବା ବେଳେ ଏହି ଘଟଣାର ତଦନ୍ତ ହେବ ବୋଲି କୁହାଯାଇଛି ।

ଅଧିକ ତଥ୍ୟ ପାଇଁ ଦେଖନ୍ତୁ ଏହି ଭିଡିଓ –