ମୋବାଇଲ ଟାୱାର ଉପରେ ଯୁବତୀ ! ପାଂଚ ଘଣ୍ଟାପରେ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର

28

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ମୋବାଇଲ ଟାୱାର ଉପରେ ଯୁବତୀ । ପାଂଚ ଘଣ୍ଟା ଟାୱାର ଉପରେ ବିତାଇବା ପରେ ଅଗ୍ନିଶମ କର୍ମଚାରୀ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ବାଙ୍ଗୁରୀ ଗାଁ ଛକ ନିକଟରେ । ଏକ ମୋବାଇଲ ଟାୱାର ଉପରେ ଜଣେ ଯୁବତୀଙ୍କୁ ଦେଖିବାକୁ ମିଳିଲା । କଥା ପ୍ରଚାର ହେବା ମାତ୍ରେ ଲୋକଙ୍କ ଭିଡ ମଧ୍ୟ ସେଠି ଦେଖିବାକୁ ମିଳିଥଲା ।

ଖବର ପାଇ ସ୍ଥାନୀୟ ଦମକଳ ବିଭାଗ କର୍ମଚାରୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କଲେ । ଯୁବତୀଙ୍କୁ ତଳକୁ ଆଣିବାକୁ ନାକେଦମ ହେବାକୁ ପଡିଲା ଅଗ୍ନିଶମ କର୍ମଚାରୀଙ୍କୁ । ପରେ ଯୁବତୀ ଜଣକ ମାନସିକ ବିକାରଗ୍ରସ୍ତ ବୋଲି ଜଣାପଡିଲା । ଆଗରୁ ମଧ୍ୟ ସେ ଏହିପରି ଟାୱାର ଉପରକୁ ଚଢି ଯାଇଥିଲେ । ତେବେ ମୋବାଇଲ ଟାୱାର ପାଖରେ ବାଡ ଦିଆଯାଇ ନଥିବାରୁ ଏଭଳି ଘଟଣା ଘଟୁଛି ବୋଲି ସାଧାରଣ ଲୋକଙ୍କ ମଧ୍ୟରେ ଅଭିଯୋଗ ହେଉଛି ।

ନ୍ୟୁଜ ସହିତ ଦେଖନ୍ତୁ ଏହି ଭିଡିଓ :