ରାଉରକେଲାରେ ବ୍ୟାଙ୍କ ଅଧିକାରୀଙ୍କ ପତ୍ନୀଙ୍କୁ ନିର୍ମମ ହତ୍ୟା : ସ୍ୱାମୀଙ୍କ ପରିକୀୟା ପ୍ରୀତି ସନ୍ଦେହ

30

ରାଉରକେଲା : ରାଉରକେଲାରେ ଜଣେ ଉଚ୍ଚପଦସ୍ଥ ବ୍ୟାଙ୍କ ଅଫିସରଙ୍କ ପତ୍ନୀଙ୍କୁ ହତ୍ୟା। ଷ୍ଟେଟ୍ ବ୍ୟାଙ୍କର ଡେପୁଟି ମ୍ୟାନେଜର କମଳ ଓରାମଙ୍କ ପତ୍ନୀ ଜାନକୀ ଓରାମଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ଝିଅର ମୃତ୍ୟୁ ଖବର ପାଇବା ପରେ ବାପଘର ଲୋକେ କିନ୍ତୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ଝିଅର ମୃତ୍ୟୁକୁ । ମୃତ ମହିଳାଙ୍କ ମା’ଙ୍କ ବୟାନ ଘଟଣାକୁ ରହସ୍ୟ ଭିତରକୁ ଟାଣି ନେଇଛି। କାରଣ ବିବାହ ପରଠାରୁ ଶ୍ୱଶୁର ଘରେ ନିର୍ଯାତନା ସହି ଆସୁଥିଲା ଝିଅ । ଖବର ପାଇ ପୁଲିସ୍ କିଏ ଓ କାହିଁକି ହତ୍ୟା କଲା, ତାର ଉତର ଜାଣିବାକୁ ତଦନ୍ତ ଆରମ୍ଭ କରିଛି । ତେବେ ଏହା ପଛରେ ଏକ ଅବୈଧ ପ୍ରେମ ସଂପର୍କର କରୁଣ କାହାଣୀ ଲୁଚି ରହିଥିବା ପୁଲିସର ପ୍ରାଥମିକ ତଦନ୍ତ ଜାଣି ପାରିଛି। 

ଅନ୍ୟପଟେ ଜାନକୀଙ୍କ ମୃତ୍ୟୁ ପରେ ବେସାହାରା ହୋଇପଡିଛି ୨୫ ଦିନର ଝିଅ । ପଡିଶା ଘରର ମହିଳାଙ୍କ କୋଳରୁ କୋଳ ହେଉଛି ମା’ ଛେଉଣ୍ଡ । ସେପଟେ ୧୧ ବର୍ଷର ବଡ ଝିଅ ଅଛି ମାମୁଁ ଘରେ ।

ତେବେ କିଏ ଓ କାହିଁକି ମାରିଲା ଜାନକୀଙ୍କୁ ? କାଳ ହୋଇଛି କି ଘରୋଇ କଳି । ବଡ ଅଫିସରଙ୍କ ଘରେ ଲୁଚି ରହିଛି କି ବଡ କାହାଣୀ ? ଷଡଯନ୍ତ୍ର କରି ମାରି ଦିଆଯାଇଛି ଜାନକୀଙ୍କୁ ? କାରଣ ମା’ଙ୍କ ବୟାନ ହତ୍ୟା ଘଟଣାକୁ କିଛି ଭିନ୍ନ ଇଙ୍ଗିତ ଦେଉଛି। ଯଦିଓ ସତମିଛ ଜଣା ପଡିନି , ତେବେ କୁହାଯାଉଛି ବଡ ଯାଆଙ୍କ ପ୍ରେମରେ ପଡିଥିଲେ ଜାନକୀଙ୍କ ସ୍ୱାମୀ । ଆଉ ଭାଉଜ ଓ ଦିଅରଙ୍କ ଅବୈଧ ପ୍ରେମର ଏ ହେଉଛି ପରିଣତି ।