ମୃତ୍ୟୁ ଭିତରେ ଜୀବନ ! ଦୁର୍ଘଟଣାର ଶିକାର ହେଲେ ଗର୍ଭବତୀ ମହିଳା , ଘଟଣାସ୍ଥଳରେ କଲେ ଶିଶୁ କନ୍ୟା ପ୍ରସବ

63

କନକ ବ୍ୟୁରୋ : ମୃତ୍ୟୁ ଭିତରେ ଜୀବନ । ମରଣ ଯେଉଁଠି ଜନମ ସେଇଠି । କଥାରେ ଅଛି ରଖେ ହରି ତ ମାରେ କିଏ । ଯାହାର ଜୀବନ ଅଛି, ବଂଚି ରହି ଏ ଦୁନିଆରେ ଲୀଳାଖେଳା କରିବାରେ ଅଛି ତାପାଇଁ କୋ÷ଣସି ବିପଦ କାଟୁ କରିବ ନାହିଁ । ସବୁ ବିପଦରୁ ସେ ବର୍ତି ଆସିବ । ଏମିତି ଅନେକ ଘଟଣା ଆଗରୁ ଘଟିଛି । ଯାହା ଏହାକୁ ପ୍ରମାଣିତ କରିଛି । ଆଜି ଜି. ଉଦୟଗିରିରେ ଏକ ଭୟଙ୍କର ଦୁର୍ଘଟଣାରେ ଏହା ପୁଣିଥରେ ପ୍ରମାଣିତ ହୋଇଛି ।

ଜି. ଉଦୟଗିରିର ଦେପ୍ଲାଙ୍ଗ ଘାଟିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗାଡିର ଏକ୍ସିଲ ଭାଙ୍ଗି ଓଲଟି ପଡିଛି ଟାଟାସୁମୋ । ଯେଉଁଥିରେ ୩ଜଣଙ୍କର ପ୍ରାଣ ଚାଲିଯାଇଛି । କିନ୍ତୁ ସମସ୍ତଙ୍କୁ ଚକିତ କରି ଦୁର୍ଘଟଣା ଘଟିଥିବା ଗାଡିରେ ଜଣେ ଗର୍ଭବତୀ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଜନ୍ମ ଦେଇଥିବା ମହିଳାଙ୍କର ମୁଣ୍ଡରେ ଆଘାତ ଲାଗିଥିବାରୁ ବାଲିଗୁଡା ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଶିଶୁ କନ୍ୟା ସହ ଚିକିତ୍ସିତ ହେଉଛନ୍ତି । ଶିଶୁ କନ୍ୟାର ସ୍ୱାସ୍ଥ୍ୟବସ୍ଥା ସ୍ୱାଭାବିକ ରହିଛି ।