ଗଂଜାମ : ଚେଙ୍କ ନେଲା ମହିଳାଙ୍କ ଜୀବନ

22

କନକ ବ୍ୟୁରୋ : ଛୁଆକୁ ଚେଙ୍କ ଦେଇ ମା’ର ଗଲା ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ବ୍ରହ୍ମପୁର କବି ସୂର୍ଯ୍ୟନଗର ତେଲିସାହିରେ । ମୃତ ମା’ହେଲେ ସେହି ଗାଁର ସନ୍ତୋଷିନୀ । ସେପଟେ ସନ୍ତୋଷିନୀକୁ ଶ୍ୱଶୂର ଘରଲୋକ ମାରିଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଅଭିଯୋଗ ମଳିବା ପରେ ପୁଲିସ ମହିଳାଙ୍କ ସ୍ୱାମୀକୁ ଗରିଫ କରି ଘଟଣାର ତଦନ୍ତ ଜାରି ରଖିଛି । ସନ୍ତୋଷିନୀ କୌଣସି କାରଣରୁ ନିଜ ଝିଅକୁ ଚେଙ୍କ ଦେଇଥିଲେ । ଏହାକୁ ନେଇ ସନ୍ତୋଷିନୀ ଓ ତାଙ୍କ ସ୍ୱାମୀ ଜଗନ୍ନାଥଙ୍କ ଭିତରେ ବଚସା ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ଜଗନ୍ନାଥ ସନ୍ତୋଷିନୀଙ୍କୁ ଚେଙ୍କ ଦେଇଥିଲେ । ପରେ ସନ୍ତୋଷିନୀ ନିଜେ ଆତ୍ମହତ୍ୟା କରିଥିବା ଶ୍ୱଶୂର ଘର ଲୋକ କହିଛନ୍ତି ।