ଏଣିକି ମାଓ ଇଲାକାରେ ନକ୍ସଲଙ୍କୁ ମାତ ଦେବେ ମହିଳା କମାଣ୍ଡୋ ! ଛତିଶଗଡର ବିଜାପୁରରେ ୪୦ ଜଣ ମହିଳା କମାଣ୍ଡୋ ଚଲାଇଛନ୍ତି ପ୍ରସ୍ତୁତି

14

କନକ ବ୍ୟୁରୋ: ନକ୍ସଲଙ୍କୁ ମାତ ଦେବେ ମହିଳା କମାଣ୍ଡୋ । ଛତିଶଗଡ ଜଙ୍ଗଲରେ ମାଓ ବିରୋଧୀ ଅଭିଯାନରେ ଏବେ ଯବାନଙ୍କ ସହ ପାଦ ମିଳାଇବେ ମହିଳା କମାଣ୍ଡୋ । ବିଜାପୁରରେ ମହିଳା କମାଣ୍ଡୋମାନେ ପ୍ରଶିକ୍ଷଣ ନେବା ସହ ଏଣିକି ମାଓ ଅଭିଯାନରେ ସାମିଲ ହୋଇଛନ୍ତି । ବଡ କଥା ହେଉଛି ମାଓପ୍ରବଣ ବିଜାପୁରରେ ମହିଳା କମାଣ୍ଡୋମାନେ ନିଜ ସୁରକ୍ଷାରେ ଗୋଟିଏ ସପ୍ତାହରେ ରାସ୍ତା ନିର୍ମାଣ କରି ଉଦାହରଣ ସୃଷ୍ଟି କରିଛନ୍ତି ।

ଏହି ସଫଳତା ପରେ ଏବେ ବସ୍ତର ଜିଲ୍ଲାର କାଙ୍କେର ଠାରେ ମଧ୍ୟ ମହିଳା କମାଣ୍ଡୋଙ୍କୁ ଗରିଲା ଯୁଦ୍ଧ ତାଲିମ ଦିଆଯାଉଛି । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଚାଳନାରେ ମାହିର ଏହି ମହିଳା କମାଣ୍ଡୋମାନେ ଯବାନଙ୍କ ଠାରୁ କୌଣସି ଗୁଣରେ କମ ନୁହଁନ୍ତି । ମହିଳା କମାଣ୍ଡୋଙ୍କ ସହ ସ୍ଥାନୀୟ ମହିଳାମାନେ ଭଲ ଭାବେ ମିଶୁଥିବାରୁ ମାଓବାଦୀଙ୍କ ବାବଦରେ ପୋଲିସକୁ ସବିଶେଷ ତଥ୍ୟ ମିଳିପାରିବ ବୋଲି ଆଶା କରାଯାଉଛି ।

ଏହାଛଡା ମାଓପ୍ରବଣ ଅଂଚଳରେ ପୋଲିସ ଉପରେ ଲାଗୁଥିବା ଅନର୍ଗଳ ଅଭିଯୋଗ ଉପରେ ମଧ୍ୟ ବିରାମ ଲାଗିବ । ପାଖାପାଖି ୭୬ ଜଣ ମହିଳା କମାଣ୍ଡୋଙ୍କୁ କାଙ୍କେର ଠାରେ ନକ୍ସଲ ଅଭିଯାନ ପାଇଁ ପ୍ରସ୍ତୁତ କରାଯାଉଛି । ସେପଟେ ବିଜାପୁରରେ ୪୦ ଜଣ ନକ୍ସଲଗଡରେ ପହଂଚି ନକସଲ ମୁକାବିଲା କରିବାପାଇଁ ପ୍ରସ୍ତୁତି ଚଲାଇଛନ୍ତି ।