ଅଡୁଆରେ ତାଳଚେର ବିଧାୟକ ! ପତ୍ନୀ ଦାବି କରି ବ୍ରଜ ପ୍ରଧାନଙ୍କ ଘର ଆଗରେ ଯୁବତୀଙ୍କ ହୋହଲ୍ଲା

24

କନକ ବ୍ୟୁରୋ : ଅଡୁଆରେ ତାଳଚେର ବିଧାୟକ ବ୍ରଜ ପ୍ରଧାନ । ବିଧାୟକଙ୍କ ପତ୍ନୀ ବୋଲି ଦାବି କରି ଜଣେ ଯୁବତୀ ତାଙ୍କ ଘର ଆଗରେ ହୋହାହ୍ଲା କରିଛନ୍ତି । ବିବାହ ପରେ ବିଧାୟକ ପ୍ରତାରଣା କରିଥିବା ଅଭିଯୋଗ ଆଣିଛନ୍ତି ଯୁବତୀ । ଏହି ଘଟଣା ପ୍ରଘଟ ହେବା ପରେ ବିଧାୟକଙ୍କ ଘର ଆଗରେ ଲୋକଙ୍କ ଭିଡ ଜମିଥିଲା । ପୁଲିସ ମଧ୍ୟ ପହଚିଂ ଯୁବତୀଙ୍କୁ ବୁଝାସୁଝା କରିଥିଲା । କିନ୍ତୁ ଯୁବତୀ ଜଣକ ନିଜ ଜିଦରେ ଅଟଳ ରହିଥିଲେ ।

ଏହାକୁ ନେଇ ଘଟଣା ସ୍ଥଳରେ କିଛି ସମୟ ପାଇଁ ଉତେଜନା ଦେଖାଦେଇଥିଲା । ପୁଲିସ ବିଧାୟକଙ୍କ ଘର ସାମନାରୁ ଯୁବତୀ ଜଣକୁ ନେଇ ଆସି ତାଙ୍କୁ ବୁଝାସୁଝା କରୁଛି । ଜାତୀୟ ମହିଳା କମିସନର ଓଡିଶା ଆସିବା ସମୟରେ ଗତ ୫ ତାରିଖ ଦିନ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଯୁବତୀ । ମହିଳା କମିସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।