କୁକୁର ଭାବି ଦୋକାନରୁ କିଣିଆଣିଲେ ମହିଳା ! ଦୁଇ ବର୍ଷ ପରେ ସତ ସାମ୍ନାକୁ ଆସିବାରୁ ଉଡିଗଲା ହୋସ ।

45

କୁକୁରକୁ ଗୃହପାଳିତ ଭାବେ ଅନେକ ଲୋକ ଘରେ ଅତି ଆଦରର ସହ ପାଳନ କରିଥାନ୍ତି । ଏପରିକି ଉନ୍ନତ ଧରଣର ଯତ୍ନ ମଧ୍ୟ ନେଇଥାନ୍ତି । ଚୀନରେ ଜଣେ ଯୁବତୀ କିଛି ବର୍ଷ ପୂର୍ବରୁ ଦୋକାନରୁ ଗୋଟେ କୁକୁର କିଣିଥିଲେ । କୁକୁରଟିକୁ କିଣି ବଡ ଯତ୍ନର ସହ ତାକୁ ଘରେ ରଖିଥିଲେ । କିଛି ଦିନ ଯିବା ପରେ ଏପରି ଏକ ଘଟଣା ସାମ୍ନାକୁ ଆସିଲା ଯାହା ଦେଖି ଯୁବତୀଙ୍କ ହୋସ ଉଡିଯାଇଥିଲା ।

ଚୀନର ମୁଶୁ ନାମକ ଏକ ମହିଳା ଦୁଇ ବର୍ଷ ପୂର୍ବେ ଗୋଟେ କଳା ରଙ୍ଗର କୁକୁର କିଣି ଘରକୁ ଆମିଥିଲେ । କିଣିବା ସମୟରେ ମହିଳା ଜଣକ ଭାବିଥିଲେ କୁକୁର ଛୁଆଟି ତିବେଟିୟନ ମାଷ୍ଠିଫ୍ ପ୍ରଜାତିର । ତେଣୁ ସେ କୁକୁରଟିକୁ ଘରକୁ ଆଣି ପ୍ରାୟ ଦୁଇ ବର୍ଷ ରଖିବା ପରେ ଜାଣିବାକୁ ପାଇଲେ ଏହି ପଶୁଟି କୌଣସି କୁକୁର ନୁହେଁ ଏହା ଗୋଟିଏ କଳା ଭାଲୁ ଅଟେ । ଏହା ଜାଣିବା ପରେ ମୁଶୁ, ନିକଟରେ ଥିବା ବନ ଅଧିକାରୀଙ୍କୁ ସମ୍ପର୍କ କରି ଭାଲୁକୁ ବନବିଭାଗକୁ ସମର୍ପଣ କରିଦେଇଥିଲେ । ବନ ବିଭାଗଙ୍କ କହିବା ଅନୁସାରେ ଏହି କଳା ଭାଲୁ ଖୁବ ଦୁର୍ଲଭ ପ୍ରଜାତିର ଭାଲୁ ଅଟନ୍ତି । ଏହି ପ୍ରଜାତିର ଭାଲୁ ଦେଶରେ ଖୁବ କମ ପରିମାଣରେ ଅଛନ୍ତି । ତେଣୁ ଏହାର ସଂରକ୍ଷଣ ପାଇଁ ବନବିଭାଗ ତାର ପ୍ରୟାସ ଜାରି ରଖିଛି । ତେବେ ବନବିଭାଗ ଏହି ଭାଲୁଟିର ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରିବା ପରେ ଭାଲୁକୁ ଏକ ଅଭୟାରଣ୍ୟରେ ଛାଡି ଦେଇଛନ୍ତି ।