ସ୍ୱାମୀର ପ୍ରେମିକାକୁ ପିଟିଲେ ସ୍ତ୍ରୀ : ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ ଚର୍ଚ୍ଚା

43

କନକ ବ୍ୟୁରୋ : ସ୍ୱାମୀର ପ୍ରେମିକାକୁ ଛେଚିଲେ ସ୍ତ୍ରୀ । ବାରମ୍ବାର ତାଗିଦ କଲା ପରେ ବି ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ସହ ସମ୍ପର୍କ ରଖିଥିବା ଅଭିଯୋଗରେ ପ୍ରେମିକାଙ୍କୁ ମାଡ ମାରିଲେ ସ୍ତ୍ରୀ । ଭୁବନେଶ୍ୱର ଏୟାରପୋର୍ଟରେ ଏଭଳି ଘଟଣା ଦେଖିବାକୁ ମିଳିଛି । ତାଙ୍କ ସ୍ୱାମୀଙ୍କ ସହ ମହିଳା ଜଣକ ବାରମ୍ବାର ହୋଟେଲକୁ ଯାଉଥିବା ଅଭିଯୋଗ କରିଛନ୍ତି ।

୪ବର୍ଷ ହେଲା ସେ ଏନେଇ ସମ୍ପୃକ୍ତ ମହିଳା ଜଣଙ୍କୁ ବାରମ୍ବାର ତାଗିଦ କରିଥିଲେ ସୁଦ୍ଧା ସେ ଶୁଣୁନଥିବା କହିଛନ୍ତି । ଯାହାର ଶେଷ ପରିଣତି ପ୍ରେମିକାଙ୍କୁ ସ୍ତ୍ରୀଙ୍କ ଠାରୁ ମାଡ ଖାଇବାକୁ ପଡିଛି । ଗତକାଲିର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

ଆଉ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଏହି ଘଟଣାକୁ ନେଇ ଆଲୋଚନା । ଭିଡିଓଟିରେ ମହିଳା ଜଣକ ନିଜ ସ୍ୱାମୀର ପ୍ରେମିକାକୁ ଗାଳି କରିବା ସହ କିଛି ତାଗିଦ କରିବାର ନଜର ଆସୁଛି । ଆଉ ସେହି ମହିଳାଙ୍କର ମୁହଁକୁ ସର୍ବସାଧାରଣରେ ଦେଖାଇବାକୁ ବାରମ୍ବାର ପ୍ରୟାସ କରୁଛନ୍ତି । କିନ୍ତୁ ସେହି ପ୍ରେମିକା ଜଣକ ନିଜ କେଶରେ ମୁହଁକୁ ଲୁଚାଇବାକୁ ପ୍ରୟାସ କରୁଛନ୍ତି । ଶେଷରେ ସ୍ତ୍ରୀ ଜଣକ ଜୋରଜଦରଦସ୍ତ ସେହି ପ୍ରେମିକାର ମୁହଁକୁ ଦେଖାଇଛନ୍ତି । ଆଉ ଏହାର ଭିଡଓ କଏଦ ହୋଇଛି ।