ଭୁବନେଶ୍ୱର : ରାଜଧାନୀର ଏକ ହୋଟେଲ୍ ଭିତରେ ବନ୍ଧୁକ ଡିଲ୍ ବେଳେ ମହିଳାଙ୍କୁ ଗିରଫ କଲା ପୋଲିସ

45

କନକ ବ୍ୟୁରୋ : ରାଜଧାନୀରେ ବନ୍ଧୁକ ଡିଲ୍ ବେଳେ ମହିଳାଙ୍କୁ ଗିରଫ କଲା ପୋଲିସ । ଖଣ୍ଡଗିରି ଥାନା ପାତ୍ରପଡାରେ ଥିବା ବି.ଏନ. ରେସିଡେନ୍ସି ଆପାର୍ଟମେଂଟରେ ଚାଲିଥିଲା ଏହି ବନ୍ଧୁକ ଡିଲ । ନିଜକୁ ଛତିଶଗଡର ଏକ ଟିଭି ଚ୍ୟାନେଲ ସାମ୍ବାଦିକଙ୍କ ସ୍ତ୍ରୀ ବୋଲି ପରିଚୟ ଦେଇ ଅତ୍ୟାଧୁନିକ ୭ ପଏଂଟ ୬୫ ଏମଏମ ପିସ୍ତଲ ଡିଲ କରୁଥିଲେ ପୂଜା ମଲ୍ଲିକ । ଏନେଇ ସୂଚନା ପାଇବା ପରେ ବନ୍ଧୁକ କିଣିବାକୁ ଯାଇଥିବା ବ୍ୟକ୍ତିଙ୍କ ପିଛା କରିଥିଲା ଖଣ୍ଡଗିରି ଥାନା ପୋଲିସ ।

ଆଉ ଶେଷରେ ବନ୍ଧୁକ ଡିଲ ଚାଲିଥିବାବେଳେ ଅଚାନକ ଚଢାଉ କରିଥିଲା ପୋଲିସ । ସ୍ପଟ ଉପରେ ଏକ ୭ ପଏଂଟ ୬୫ ଏମଏମ ପିସ୍ତଲ ସହ ଡିଲର ମାଷ୍ଟର ମାଇଣ୍ଡ ପୂଜା ମଲ୍ଲିକଙ୍କୁ ଗିରଫ କରିଥିଲା ପୋଲିସ । ସେ ନିଜକୁ ଛତିଶଗଡ କେବିସି ନ୍ୟୁଜ ଚ୍ୟାନେଲର ଜଣେ ସାମ୍ବାଦିକଙ୍କ ପତ୍ନୀ ବୋଲି ପରିଚୟ ଦେଇଥିଲେ । ଏପରିକି ଚଢାଉବେଳେ ସ୍ୱାମୀଙ୍କ ଆଉକାର୍ଡକୁ ମଧ୍ୟ ପୋଲିସ ଜବତ କରିଛି । ଏହି ରାକେଟ ପଛରେ ଆଉକେଉଁମାନେ ସଂପୃକ୍ତ ଅଛନ୍ତି ସେନେଇ ଅଧିକ ଖୋଳତାଡ ଜାରି ରଖିଛି କମିଶନରେଟ ପୋଲିସ ।