ସରକାରୀ ସହୟତାରେ ଘରେ ବସି ବସି ମହିଳାମାନେ କରିପାରିବେ ବ୍ୟବସାୟ ! ୩ ଲକ୍ଷ ପର୍ଯ୍ୟନ୍ତ ହେବ ରୋଜଗାର

60

ବ୍ୟବସାୟକୁ ନେଇ ଧୀରେ ଧୀରେ ଲୋକଙ୍କ ଚିନ୍ତାଧାରା ବଦଳୁଛି । ଏବେ ମହିଳାମାନେ ମଧ୍ୟ ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢ଼ୁଛନ୍ତି । ଚିରାଚରିତ ଢ଼ଙ୍ଗରେ କାମ କରିବା ପରିବର୍ତ୍ତେ କିଛି ନୂଆ କରି ଗୁଜୁରାଣ ମେଂଟାଇବା ପାଇଁ ଚେଷ୍ଟା କରୁଛନ୍ତି । ମହିଳାମାନେ ଯେ କେବଳ ବ୍ୟବସାୟ କରୁଛନ୍ତି, ତା’ନୁହେଁ ଅନେକ ସଫଳତା ହାସଲ କରି ଉଦାହରଣ ମଧ୍ୟ ସୃଷ୍ଟି କରୁଛନ୍ତି । ଘରୁ ବାହାରେ ବ୍ୟବସାୟ କରୁଛନ୍ତି ମହିଳା । ତେବେ ବାହାରକୁ ନଯାଇ ଘରେ ବସି ବସି ବି ମହିଳାମାନେ ବ୍ୟବସାୟ କରିପାରିବେ । ମହିଳାମାନେ ଘରେ ରହି ସରକାରୀ ସହାୟତାରେ ବ୍ୟବସାୟ ଆରମ୍ଭ କରିପାରିବେ । ସରକାର ବିଭିନ୍ନ ଯୋଜନା ଅନୁସାରେ ମହିଳାମାନଙ୍କୁ ଘରୁ ବ୍ୟବସାୟ କରିବା ପାଇଁ ପ୍ରୋତ୍ସାହିତ କରୁଛନ୍ତି । ଯାହାଦ୍ୱାରା ମହିଳାଙ୍କୁ ଟଙ୍କା ପଇସାର ଅଭାବ ରହିବ ନାହିଁ, ଆଉ ସେମାନେ ସ୍ୱାଧୀନ ଭାବରେ କିଛି କରିପାରିବେ । ଆଜି ଆମେ ଏପରି ୪ଟି ବ୍ୟବସାୟ ବିଷୟରେ ଆଲୋଚନା କରିବା, ଯାହାଦ୍ୱାରା ଆପଣ ସହଜରେ ବ୍ୟବସାୟ ଆରମ୍ଭ କରିପାରିବେ । ଆଉ ବ୍ୟବସାୟ କରି ଲକ୍ଷ ଲକ୍ଷ ଟଙ୍କା ଆୟ କରିପାରିବେ ।

କିପରି ମିଳିବ ସରକାରୀ ସହାୟତା –
ସର୍ବପ୍ରଥମେ ସରକାର ମହିଳାଙ୍କ ସହାୟତା ପାଇଁ କେଉଁ କେଉଁ ଯୋଜନା କରିଛନ୍ତି ସେ ନେଇ ଜାଣିବା ଦରକାର । ଯଦି ଆପଣଙ୍କ ପାଖରେ ପର୍ଯ୍ୟାପ୍ତ ପରିମାରଣ ଅର୍ଥ ନାହିଁ, ଆପଣ ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନା ଅନୁସାରେ ଜିଲ୍ଲା ଉଦ୍ୟେଗ କେନ୍ଦ୍ରକୁ ଯାଇ ନିଜର ବ୍ୟବସାୟ ସମ୍ମନ୍ଧୀତ ରିପୋର୍ଟ ସହ ଋଣ ଆବେଦନ କରିପାରିବେ । ଜିଲ୍ଲା ଉଦ୍ୟୋଗ କେନ୍ଦ୍ର ଆପଣଙ୍କ ରିପୋର୍ଟକୁ ଦେଖି ପ୍ରଥମେ ଛାନଭିନ କରିବ । ପରେ ଋଣ ମଞ୍ଜୁର କରି ବ୍ୟାଙ୍କ୍ ପଠାଇଦେବେ । ଏହାପରେ ବ୍ୟାଙ୍କ ଆପଣଙ୍କ ଋଣ ଦେବ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ଏହି ଋଣରୁ ଆପଣଙ୍କୁ ପ୍ରାୟ ୫ରୁ ୨୫ ପ୍ରତିଶତ ପର୍ଯ୍ୟନ୍ତ ସବସିଡ଼ି ମିଳିଯିବ ।

 

ଘରୁ କେଉଁ କେଉଁ ବ୍ୟବସାୟ ଆରମ୍ଭ କରିପାରିବେ?
ଆପଣ ଘରୁ ସ୍କୁଲ ବ୍ୟାଗ୍ ତିଆରି କରିବାର କାମ ଆରମ୍ଭ କରିପାରିବେ । ନ୍ୟାସନାଲ ଇଣ୍ଡଷ୍ଟ୍ରିଡ଼୍ କର୍ପୋରେସନ (ଇନଏସଆଇସି) ଦ୍ୱାରା ପ୍ରସ୍ତୂତ କରାଯାଇଥିବା ନୂଆ ପ୍ରୋଜେକ୍ଟ ରିପୋର୍ଟ ଅନୁସାରେ, ଯଦି ଆପଣ ବର୍ଷ ସାରା ୧୫ ହଜାର ବ୍ୟାଗ ତିଆରି କରିବା ପାଇଁ ଚାହୁଁଛନ୍ତି, ତେବେ ଆପଣଙ୍କୁ ପାଖାପାଖି ୧୧.୫୫ ଲକ୍ଷ ଟଙ୍କା ନିବେଶ କରିବା ପାଇଁ ପଡ଼ିବ । ଏହି ବ୍ୟବସାୟ କରିବା ପାଇଁ ଆପଣଙ୍କୁ ମାତ୍ର ୧୦ ପ୍ରତିଶତ ଟଙ୍କା ଜୋଗାଡ଼ କରିବା ପାଇଁ ପଡ଼ିବ । ଯଦି ଆପଣଙ୍କ ଘର ଛାତରେ ୧୦୦ ବର୍ଗ ମିଟର ଖାଲି ସ୍ତାନ ଅଛି, ତେବେ ଆପଣ ଏହି ବ୍ୟସାୟ ଆରମ୍ଭ କରିପାରିବେ । ଆଉ ସହଜରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ ।

ବତ୍ତର୍ମାନ ମାର୍କେଟରେ ପର୍ସ ଓ ହ୍ୟାଣ୍ଡ ବ୍ୟାଗ୍ ଖୁବ ଭଲ ବିକ୍ରି ହେଉଛି । ଆଜିକାଲି ମହିଳାମାନଙ୍କୁୁ ଏଥିପାଇଁ ଅନେକ ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି । ହ୍ୟାଣ୍ଡ ବ୍ୟାଗ୍ ତିିଆରି କରିବାର କାମ ମଧ୍ୟ ଆପଣ ଘରୁ ବସି ବସି କରିପାରିବେ । ଯଦି ଆପଣ ୧୦,୦୦୦ ପର୍ସ ଓ ୧୦,୦୦୦ ହ୍ୟାଣ୍ଡବ୍ୟାଗ୍ ତିଆରି କରି ବ୍ୟବସାୟ ଚଳାଇବା ପାଇଁ ଚାହୁଁଛନ୍ତି , ତେବେ ଆପଣଙ୍କୁ ଏନେଇ ୫ ଲକ୍ଷ ଟଙ୍କା ନିବେଶ କରିବା ପାଇଁ ପଡ଼ିବ । ଆଉ ଏଥିପାଇଁ ଆପଣଙ୍କୁ ୯୦ ପ୍ରତିଶତ ନେଇପାରିବେ । ତେବେ ଆପଣଙ୍କୁ ମାତ୍ର ୫୦ ହଜାର ଟଙ୍କା ଯୋଗାଡ଼ କରିବା ପାଇଁ ପଡ଼ିବ ।

ଏହା ବ୍ୟତୀତ ଘରେ ବୁଟିକ୍ ଖୋଲି ଭଲ ଟଙ୍କା ରୋଜଗାର କରିପାରିବେ । ଏଥିପାଇଁ ଆପଣ ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନା ଅନୁସାରେ ଋଣ ଓ ସବସିଡ଼ି ନେଇପାରିବେ । ଆପଣ ୨ରୁ ୩ ଲକ୍ଷ ବ୍ୟବସାୟ କରି ବ୍ୟସାୟ ଆରମ୍ଭ କରିପାରିବେ । ଏଥିପାଇଁ ଆପଣଙ୍କୁ ୯୦ ପ୍ରତଶିତ ଋଣ ମିଳିଯିବ । ଆଉ ଆପଣଙ୍କୁ ମାତ୍ର ୨୦ରୁ ୩୦ ହଜାର ଟଙ୍କା ନିବେଶ କରି କରିବା ପାଇଁ ପଡ଼ିବ ।