ପାଣି ପାରି ହେଲେ ପାଠପଢା : କୋରାପୁଟ ଜିଲ୍ଲା ଉପାଗୁଡାରେ ଚାଲିଛି ଏମିତି ଶିକ୍ଷା, ୨୫ ଫୁଟ ଉଚ୍ଚର ସିଡ଼ି ଚଢି ନଦୀ ପାରିହେଲେ ପିଲାଙ୍କୁ ମିଳୁଛି ପାଠ

2

କନକ ବ୍ୟୁରୋ : ସିଡ଼ି ଚଢ଼ିଲେ ମିଳୁଛି ସୁବିଧା, ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ । ବିଚ୍ଛିନ୍ନାଚଂଳ ପାଇଁ ଯୋଜନା ଥାଇ ମଧ୍ୟ ଗଛର ଶାଖା ହୋଇଛି ସାହାରା । ବ୍ଳକ ଅଫିସକୁ ଯିବାକୁ ହେଲେ ୨୫ ଫୁଟ ଉଚ୍ଚର ଗଛ ଡ଼ାଳର ଶାଖାରେ ତିଆରି ହୋଇଥିବା ସିଡ଼ି ଚଢ଼଼ିବାକୁ ବାଧ୍ୟ ଗ୍ରାମବାସୀ । କେବଳ ବ୍ଲକ ଅଫିସ ନୁହେଁ, ସ୍କୁଲ ଯିବା ପାଇଁ ପ୍ରତିଦିନ ଜୀବନକୁ ବାଜି ଲଗାଇ ବିପଦ ସଙ୍କୁଳ ଅବସ୍ଥାରେ ନଈ ପାର ଦେଉଛନ୍ତି କୋରାପୁଟ ଜିଲ୍ଳା ଲମତାପୁଟ ବ୍ଳକ ଉପାଗୁଡ଼ା ପଚାଂୟତବାସୀ ।

ସିଡ଼ି ଚଢିଲେ ମିଳୁଛି ପାଠ । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ । ପାଠ ପଢିବାକୁ ପିଲାଙ୍କୁ ପ୍ରତିଦିନ ଚଢିବାକୁ ପଢୁଛି ୨୫ ଫୁଟ୍ ଉଚ୍ଚର ସିଡ଼ି । ସ୍କୁଲ ପିଲାଙ୍କ ଏପରି ବିପଦ ସଙ୍କୁଳ ସ୍କୁଲ ଯାତ୍ରା ଦେଖିବାକୁ ମିଳିଛି କୋରାପୁଟ ଲମତାପୁଟ ବ୍ଳକ ଉପାଗୁଡ଼ା ପଚାଂୟତରେ । ଛାତ୍ରଛାତ୍ରୀ ସବୁ ଦିନ ଏମିତି ୨୫ ଫୁଟ ଉଚ୍ଚର ସିଡ଼ି ଚଢି ମାଟମପୁଟ ବିଦ୍ୟାଳୟକୁ ପାଠ ପଢିବାକୁ ଯାଉଛନ୍ତି । ଉପାଗୁଡାରୁ ମାଟମପୁଟ ଗାଁ ମଝିରେ ପଡୁଥିବା ନଦୀ ପାର ହୋଇ ସ୍କୁଲ ଓ ବ୍ଲକ କାର୍ଯ୍ୟାଳୟକୁ ଯାଉଛନ୍ତି ଲୋକେ ।

ନଈରେ ଯାତାୟତ ସୁବିଧା ପାଇଁ ୨୦୧୪ ମସିହାରୁ ନିର୍ମାଣ ହେଉଥିବା ପୋଲ ଏବେ ବି ଅଧପନ୍ତରିଆ ହୋଇ ପଡିରହିଛି । ଫଳରେ ଅର୍ଧ ନିର୍ମିତ ପୋଲ ଉପରକୁ ଉଠିବା ପାଇଁ ଲୋକେ ନିଜସ୍ୱ ଉଦ୍ୟମରେ ତିଆରି କରିଛନ୍ତି ୨୫ ଫୁଟ ଉଚ୍ଚର ସିଡ଼ି । ଆଉ ନଈ ପାର ହେବା ପାଇଁ ଏହି ସିଡ଼ି ଉପାଗୁଡା ପଂଚାୟତର ୭ଟି ଗାଁର ଲୋକଙ୍କ ପାଇଁ ଏକମାତ୍ର ସାହା ଭରସା । ସ୍କୁଲ ପିଲା, ବୟସ୍କ ହୁଅନ୍ତୁ ବା ଗର୍ଭବତୀ ମହିଳା ସମସ୍ତଙ୍କ ଯାତାୟତର ଏକମାତ୍ର ମାଧ୍ୟମ ହାତ ତିଆରି ଏହି ସିଡ଼ି ।

କାଠରେ ତିଆରି ହୋଇଥିବା ଏହି ସିଡ଼ିରେ ଲାଗିଛି କେତୋଟି ଲୁହା କଣ୍ଟା । ଯାହାକି ସମସ୍ତଙ୍କ ଭାରକୁ ବୋହୁଛି ।

Comments are closed.