ଆମ୍ବକୁ ନେଇ ବିଚିତ୍ର ନୀତି ! କୋରାପୁଟରେ ୫୦ଟଙ୍କା , ମାଲକାନଗିରିରେ ୫ଟଙ୍କା

65

କନକ ବ୍ୟୁରୋ : ଆମ୍ବ, କୋରାପୁଟରୁ ୫୦ଟଙ୍କାରେ ଦିଲ୍ଲୀ ଯାଉଛି । ହେଲେ ମାଲକାନଗିରିରେ ୫ଟଙ୍କାରେ ବିକ୍ରି କରୁଛି ଚାଷୀ । ସରକାରଙ୍କ ଦୁଇଟି ନିୟମ । କୋରାପୁଟରୁ ଦିଲ୍ଲୀର ସଂସ୍ଥା ମାଧ୍ୟମରେ ୫୦ ଟଙ୍କାରେ ଆମ୍ବ ବିକ୍ରି ହେଉଛି । ଆଉ ଏପଟେ ଚାଷୀ କିଲୋ ପିଛା ୫ ଟଙ୍କାରେ ବିକ୍ରି କରୁଛି । ଏହାରି ଭିତରେ କଳାହାଣ୍ଡିରେ ଦେଖାଦେଇଛି ଆମ୍ବର ଅଭାବୀ ବିକ୍ରି । ଶାଗ-ମାଛ ଦରରେ ବିକ୍ରି ହେଉଛି ଆମ୍ବ । ଜିଲ୍ଲାରେ ଏବର୍ଷ ଟନ୍ ଟନ୍ ଆମ୍ବ ଉତ୍ପାଦନ ହୋଇଛି । ହେଲେ ଶୀତଳ ଭଣ୍ଡାର ଏବଂ ବିକ୍ରି ପାଇଁ ବଜାର ବ୍ୟବସ୍ଥା ନଥିବାରୁ ଅଭାବି ବିକ୍ରିର ସମ୍ମୁଖୀନ ହୋଇଛନ୍ତି ଚାଷୀ । ଦେଖନ୍ତୁ କଳାହାଣ୍ଡିରୁ ଆମ୍ବ ଅଭାବି ବିକ୍ରିର ଗ୍ରାଉଣ୍ଡ ଜିରୋ ରିପୋର୍ଟ ।