ବ୍ରହ୍ମପୁରରେ ପସରା ମେଲିଛି ବିଭିନ୍ନ ପ୍ରକାରର ଆମ୍ବ : ଅନ୍ୟପଟେ ଚିନ୍ତାରେ ବରଗଡ଼ର ଆମ୍ବଚାଷୀ

36

କନକ ବ୍ୟୁରୋ : ବ୍ରହ୍ମପୁର ନୂତନ ଆମ୍ବ ମାର୍କେଟ ପରିସରରେ ଆରମ୍ଭ ଏବେ ବିଭିନ୍ନ ପ୍ରଜାତିର ଆମ୍ବର ପସରା ଦେଖିବାକୁ ମିଳିଛି । ଏଠାରେ ଦୈନିକ ଲକ୍ଷାଧିକ ଟଙ୍କାର ଆମ୍ବ କିଣାବିକା ହେଉଥିବାବେଳେ ଅନ୍ୟପଟେ କିନ୍ତୁ ଚିନ୍ତାରେ ବରଗଡ଼ର ଆମ୍ବଚାଷୀ । ଜିଲାରେ ଶୀତଳଭଣ୍ଡାର ନଥିବାରୁ ଚାଷୀମାନେ କମ୍ ଦରରେ ବ୍ୟବସାୟୀଙ୍କୁ ଆମ୍ବ ବିକିବାକୁ ବାଧ୍ୟ ହେଉଛନ୍ତି ।

୧୯୯୫ ମସିହାରୁ ବ୍ରହ୍ମପୁରରେ ଆରମ୍ଭ ହୋଇଛି ଆମ୍ବ ପାଇଁ ସ୍ୱତନ୍ତ୍ର ବଜାର । ପ୍ରତିଦିନ ଏଠାରୁ ୭୦ ରୁ ୮୦ଟି ଟ୍ରକ୍ ମାଧ୍ୟମରେ ଆମ୍ବର ଆମଦାନୀ ଓ ରତ୍ପାନୀ ହୋଇଥାଏ । ଏହି ଆମ୍ବ ପ୍ରତିଦିନ ଆନ୍ଧ୍ରପ୍ରଦେଶ,କର୍ଣ୍ଣାଟକ, ତାମିଲନାଡୁରୁ ଆସୁଛି । ସେହିଭଳି ଏଠାରୁ ଆସାମ,ପଶ୍ଚିମବଙ୍ଗ, ବିହାର ଭଳି ରାଜ୍ୟକୁ ଆମ୍ବ ରତ୍ପାନୀ ହେଉଛି । ଏହି ବଜାରକୁ ୫୦ରୁ ଉର୍ଦ୍ଧ୍ୱ କିସମର ଆମ୍ବ ଆସୁଥିବାବେଳେ ରାଜ୍ୟ ତଥା ରାଜ୍ୟ ବାହାରର ବ୍ୟବସାୟୀଙ୍କ ଭିଡ଼ ଜମୁଛି ।

ଅନ୍ୟପଟେ କିନ୍ତୁ ସମସ୍ୟା ଘେରରେ ବରଗଡ଼ ଜିଲାର ଆମ୍ବଚାଷୀ । ବିଶେଷ କରି ଚଳିତବର୍ଷ ପାଣିପାଗର ଅନିୟମିତତା ଯୋଗୁଁ ଆମ୍ବ ଚାଷରେ ବ୍ୟାପକ କ୍ଷତି ହୋଇଥିବାର ଚାଷୀମାନେ ଅଭିଯୋଗ କରିଛନ୍ତି । ସେହିପରି ଏବର୍ଷ ମାର୍କେଟକୁ ଅଧିକ ସଂଖ୍ୟାରେ ଆମ୍ବ ଆସିଥିବାରୁ ଆମ୍ବର ଚାହିଦା କମିଯାଇଛି । ଆମ୍ବ ରଖିବାକୁ ଶୀତଳ ଭଣ୍ଡାରର ସୁବିଧା ନଥିବାରୁ ଆମ୍ଭକୁ ସାଇତି ରଖିବା ମଧ୍ୟ ସମ୍ଭବପର ହୋଇପାରୁନାହିଁ ।

ଗୋଟିଏ ପଟେ ଅନ୍ୟ ରାଜ୍ୟର ଆମ୍ବ ଆସି ଓଡ଼ିଶାରେ ବିକ୍ରି ହେଉଥିଲେ ବି ଅନ୍ୟପଟେ କିନ୍ତୁ ଚାଷୀ ନିଜ ଆମ୍ବକୁ ସାଇତି ନ ରଖିପାରି କ୍ଷତି ସହୁଛନ୍ତି ।