କଳିଙ୍ଗନଗର ମୈଥାନ କାରଖାନାରେ ଶ୍ରମିକ ଅଶାନ୍ତି ! ୪ଦଫା ଦାବି ନେଇ ମଜଦୁର ୟୁନିଅନ ସଂଘର ଆନ୍ଦୋଳନ

68

କନକ ବ୍ୟୁରୋ : କଳିଙ୍ଗ ନଗର ମେସ୍କୋ ଷ୍ଟିଲ ଦ୍ୱାରା ପରିଚାଳିତ ମୈଥାନ କାରଖାନାରେ ଶ୍ରମିକ ଅଶାନ୍ତି । ୪ଦଫା ଦାବି ନେଇ ମଜଦୁର ୟୁନିଅନ ସଂଘ ନେତୃତ୍ୱରେ ଶ୍ରମିକଙ୍କ ଆନ୍ଦୋଳନ । ସ୍ଥାୟି ନିଯୁକ୍ତି ,ଦରମା ବୃଦ୍ଧି , ଚାକିରିରେ ପଦନ୍ନୋତି ଆଦି ଏବଂ ଅନ୍ୟାନ ସୁବିଧା ପ୍ରଦାନ ପାଇଁ ଦାବି କରିଛନ୍ତିି ଆନ୍ଦୋଳନରତ ଶ୍ରମିକ । ଆନ୍ଦୋଳନ ଦ୍ୱାରା କାରଖାନାକୁ ଗମନାଗମନ ବାଧାପ୍ରାପ୍ତ ହୋଇଛି ।

ସେପଟେ ଶ୍ରମିକ ଅଶାନ୍ତି ଉଗ୍ରରୂପ ଧାରଣ କରିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ଶ୍ରମିକଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ସୁକିନ୍ଦା ବିଧାୟକ ପ୍ରତିରଂଜନ ଘଡ଼ାଇ ଏବଂ ନ୍ୟାୟ ପ୍ରଦାନ ପାଇଁ ଦାଦି କରିଛନ୍ତିି । ଏହାର ସ୍ଥାୟି ସମାଧାନ ନହେଲେ ଆଗାମି ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ଶ୍ରମିକ ଏବଂ ଶ୍ରମିକ ନେତା ।