ଜାନୁଆରୀରୁ ମୋ ସରକାର ଓ ୫ଟିରେ ଅଧିନରେ ଆସିବ ଶ୍ରମ ବିଭାଗ : ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଟିପ୍ସ ଦେଲେ ମନ୍ତ୍ରୀ ଓ ସଚିବ,ବିଦେଶରେ ଥିବା ଓଡିଆ ଶ୍ରମିକଙ୍କ ପାଇଁ ରାଜ୍ୟ ସରକାର କରିଛନ୍ତି ବ୍ଲୁ ପ୍ରିଂଟ 

329

କନକ ବ୍ୟୁରୋ : ଆସନ୍ତା ଜାନୁଆରୀରୁ ୫ ଟି ଓ ମୋ ସରକାର ଅଧିନରେ  ଆସିବ ଶ୍ରମ ବିଭାଗ ।  ଏଥିପାଇଁ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ  ଟିପସ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ଓ ସଚିବ ।  ବିଦେଶରେ ଥିବା ଓଡିଆ ଶ୍ରମିକଙ୍କ ପାଇଁ ରାଜ୍ୟ ସରକାର ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିଛନ୍ତି । ଖୁବଶୀଘ୍ର ଏ ନେଇ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଏ ନେଇ ଦିଲ୍ଲୀରେ ଖୋଲିବ ଅଫିସ ।  ବିଦେଶ ମନ୍ତ୍ରଣାଳୟ ସହଯୋଗରେ ଦେଶ ବାହାରେ ଥିବା ଶ୍ରମିକଙ୍କ କଲ୍ୟାଣ ପାଇଁ  ପଦକ୍ଷେପ ନିଆଯିବ ।

ଦାଦାନ ଶ୍ରମିକ ଚାଲାଣ ରୋକିବାକୁ ବି  ଶ୍ରମ ବିଭାଗ ତତ୍ପରତା ଦେଖାଇଛି ।  ରାଜ୍ୟର ୧୧ ଜିଲ୍ଲାକୁ  ଦାଦନ ପ୍ରବଣ ଜିଲ୍ଲା ଭାବେ ଚିହ୍ନଟ କରାଯାଇଛି ।   ଦଲାଲଙ୍କ ଉପରେ ନଜର ରଖାଯାଇଛି ଓ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଛି ।  ୫ଟି ରାଜ୍ୟ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ତାମିଲନାଡୁ ଓ ଦିଲ୍ଲୀରେ ହେଲ୍ପ ଡେସ୍କ ଖୋଳିଛନ୍ତି ରାଜ୍ୟ ସରକାର ।  ଅନ୍ୟ ରାଜ୍ୟରେ ମଧ୍ୟ ହେଲ୍ପଡେସ୍କ  କରିବାକୁ ବ୍ୟବସ୍ଥା କରାଯାଇଛି ।