କଟକ ପୁଲିସ ସିଗନାଲ ମୁଖ୍ୟାଳୟ ନିକଟର ପାଣି ପାଇପ ଭିତରେ ଫସିଗଲେ ଶ୍ରମିକ ! ଉଦ୍ଧାର ପାଇଁ ଓଡ୍ରାଫ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଉଦ୍ୟମ

38

କନକ ବ୍ୟୁରୋ : ପାଇପ୍ ଲାଇନ୍ ଭିତରେ ଫସିଗଲେ ଶ୍ରମିକ । କଟକ ପୁଲିସ ସିଗନାଲ ମୁଖ୍ୟାଳୟ ନିକଟର ଏହି ଅଘଟଣ ଘଟିଛି । କଟକର ଷ୍ଟମ୍ପିଂ ଷ୍ଟେସନର ପାଇପରେ ଫସିଗଲେ ଶ୍ରମିକ । ଜାଇକାର କାମ ଚାଲିଥିବା ବେଳେ ଏପରି ଅଘଟଣ ଘଟିଛି । ଜଣେ ଶ୍ରମିକ ପାଇପ୍ ଲାଇନ୍ ଭିତରେ ଫସି ଯାଇଛନ୍ତି । ତାଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରଖିଛି ଓଡ଼୍ରାଫ ଟିମ୍ ଓ ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ଉଦ୍ୟମ ।


ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ଶ୍ରମିକ ଜଣକୁ ଉଦ୍ଧାର କରାଯାଇ ପାରି ନାହିଁ । ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଓଡ଼୍ରାଫ ଟିମର କର୍ମଚାରୀ ଓ ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ଅନବରତ ପ୍ରୟାସ ଜାରି ରଖିଛନ୍ତି । ଗତକାଲି ଲଗାଣ ବର୍ଷା ଯୋଗୁଁ ଉକ୍ତ ଅଂଚଳରେ ପାଣି ଜମି ଯାଇଥିଲା । ଆଉ ସେଠାରେ ଥିବା ଖାଲ ଖମାରେ ପାଣି ଜମି ଯାଇଥିଲା । ପରବର୍ତ୍ତୀ ସମୟରେ ସେଠାରୁ ପାଣି ହଟାଇବା ପାଇଁ ପମ୍ପ ଚାଲୁ କରାଯାଇଥିବା ବେଳେ ପାଣିର ପ୍ରେସର ଯୋଗୁଁ ଶ୍ରମିକ ଜଣକ ପାଇପ୍ ଭିତରକୁ ପଶିଯାଇଥିଲେ ।

ଏବେ ସୂଚନା ଅନୁସାରେ ପାଖାପାଖି ୨୦ରୁ ୨୨ ଫୁଟ ଭିତରେ ବ୍ୟକ୍ତି ଜଣକ ଅଛନ୍ତି । ଏବେ ଶ୍ରମିକ ଜଣକ ବଞ୍ଚିଛନ୍ତି ଓ ତାଙ୍କୁ କିପରି ଉଦ୍ଧାର କରାଯାଇପାରିବ ସେ ନେଇ ଚେଷ୍ଟା ଚଳାଇଛନ୍ତି । ପ୍ରାୟ ୩ ଘଂଟା ହେଲାଣି ଶ୍ରମିକଙ୍କୁ ବଂଚାଇବା ପାଇଁ ଚେଷ୍ଟା କରାଯାଇଛି । କିନ୍ତୁ ତଥାପି ଶ୍ରମିକ ଜଣକୁ ଉଦ୍ଧାର କରାଯାଇପାରି ନାହିଁ । ତେବେ ପାଇପରେ ପାଣି ଥିବାରୁ ଶ୍ରମିକ ଜଣକଙ୍କର ଶ୍ୱାସରୁଦ୍ଧ ହେବାର ମଧ୍ୟ ଯଥେଷ୍ଟ ଆଶଙ୍କା ରହିଛି । ତେବେ ଶ୍ରମିକ ଜଣକୁ ଉଦ୍ଧାର କରିବା ପାଇଁ ଉଭୟ ଟିମ ଲାଗି ପଡ଼ିଛନ୍ତି ବୋଲି ସୂଚନା ମିଳିଛି ।