ଆଡଭାନୀ ହେବେ ରାଷ୍ଟ୍ରପତି! ବରିଷ୍ଠ ନେତାଙ୍କ ବୈଠକରେ ମୋଦି ନେଇଛନ୍ତି ଆଡଭାନୀଙ୍କ ନାଁ

22

କନକ ବ୍ୟୁରୋ : ଲାଲକୃଷ୍ଣ ଆଡଭାନୀ ହୋଇପାରନ୍ତି ଦେଶର ପରବର୍ତୀ ରାଷ୍ଟ୍ରପତି । ବିଜେପିର ଏହି ବରିଷ୍ଠ ନେତାଙ୍କୁ ରାଷ୍ଟ୍ରପତି ଆସନରେ ବସାଇବାକୁ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗ୍ରହୀ ଅଛନ୍ତି । ଏହା ତାଙ୍କ ପାଇଁ ଗୁରୁ ଦକ୍ଷିଣା ହେବ ବୋଲି ମୋଦି ମତ ଦେଇଥିବା ଜଣାପଡିଛି ।

ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ କାର୍ଯ୍ୟକାଳ ଆସନ୍ତା ଜୁଲାଇ ୨୫ରେ ଶେଷ ହେଉଛି । ତେଣୁ ଜୁଲାଇରେ ଦେଶର ନୂଆ ରାଷ୍ଟପତି ଚୟନ ପାଇଁ ନିର୍ବାଚନ ହେବ । ନିକଟେର ଶେଷ ହୋଇଥିବା ୟୁପି ବିଧାନସଭା ନିର୍ବାଚନରେ ବିଜେପି ବିପୁଳ ବିଜୟ ଲାଭ କରିଛି । ତେଣୁ ଦଳ ନିଜ ପସନ୍ଦର ଜଣେ ପ୍ରାର୍ଥୀଙ୍କୁ ରାଷ୍ଟ୍ରପତି ପଦରେ ବସାଇବାକୁ ସକ୍ଷମ ହେବ ବୋଲି ଆଶା ବାନ୍ଧିଛି ।