ମାତ୍ର ୯ଘଂଟାରେ ସଂପୂର୍ଣ୍ଣ ଭାବେ ତିଆରି ହେଲା ରେଳ ଷ୍ଟେସନ । ଇଂଜିନିୟର ଦେଖାଇଲେ ନିଜ କଳାର କମାଲ 

31

ସବୁଠାରୁ ଦ୍ରୁତ ଗତିରେ ଆଗେଇ ଚାଲିଥିବା ଦେଶର ଅନ୍ୟଏକ ଦିଗ ହେଉଛି ସରାକାରୀ କଟକଣା ।  ଆମ ଦେଶରେ ଗୋଟିଏ ଗୋଟିଏ  ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ବର୍ଷ ବର୍ଷ ଲାଗୁଥିବା ବେଳେ କିଛି ଦେଶ ରହିଛି ଯେଉଁଠି ମାତ୍ର ଦୁଇ ରୁ ତିନି ଦିନରେ କମ୍ପାନୀ  ନିର୍ମାଣ ପାଇଁ ସରକାରଙ୍କ ଅନୁମତି ମିଳିଯାଏ । ଟେକ୍ନୋଲୋଜି କ୍ଷେତ୍ରରେ ଚୀନ ଯେପରି ବୈପ୍ଳବିକ ପରିବର୍ତନ ଆଣୁଛି ତାହା ନିଶ୍ଚିତ ଭାବେ ଅନ୍ୟମାନଙ୍କ ପାଇଁ ଚ୍ୟାଲେଂଜ ସୃଷ୍ଟି କରିଛି ।

ଚୀନରେ ଯେତିକି  ସ୍ପିଡରେ ଟ୍ରେନ ଚାଲୁଛି ସେତିକି ସ୍ପିଡରେ ଷ୍ଟେସନ ବି ନିର୍ମାଣ ହୋଇପାରୁଛି । ଚୀନର ଫୁଜିଆନ ଅଂଚଳରେ ଇଂଜିନିୟରମାନଙ୍କ ଏଭଳି ଏକ କାରନାମା ସମସ୍ତଙ୍କ ପାଇଁ ଚର୍ଚାର ଖୋରାକ ଯୋଗାଇଛି । ଏକ ଗୁରୁତ୍ୱପୂର୍ଣ୍ଣ ଜନବସତି ଅଂଚଳରେ ଆବଶ୍ୟକ ଥିବା ତିନୋଟି ଟ୍ରେନ ଲାଇନକୁ ମାତ୍ର ୯ଘଂଟାରେ ରେଳ ଷ୍ଟେସନ ତୟାର କରିପାରିଛନ୍ତି ।

ଆମଦେଶରେ ଏହି କାମ କରିବା ପାଇଁ  ମାସ ମାସ ଲାଗୁଥିବା ବେଳେ ଚାଇନା ସମଗ୍ର ବିଶ୍ୱଆଗରେ ନିଜ ଦେଶ କିପରି  ଟେକ୍ନୋଲୋଜି କ୍ଷେତ୍ରରେ ଆଗୁଆ ତାର ଉଦାହରଣ ଦେଖାଇପାରିଛି ।   ଆଗୁଆ ପରିକଳ୍ପନା, କାମର ବିଭାଗୀକରଣ ଓ  ୧୫ଶହ  ଶ୍ରମିକଙ୍କୁ ନେଇ  ଷ୍ଟେସନ କାମ କରାଯାଇଥିଲା ।

ଶ୍ରମିକ,ଇଂଜିନିୟର ଏପରି ଭାବରେ କାମ କରିଥିଲେ ଯାହା ଆପଣ ବିଶ୍ୱାସ କରିପାରିବେ ନାହିଁ । କେବଳ ଟ୍ରେନ ଲାଇନ ନୁହେଁ, ବିଲିଡିଂ, ଟ୍ରାକ୍ସ ଓ ସିଗନାଲ ସବୁକିଛି  ମାତ୍ର କେତେ ଘଂଟାରେ  ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ କରିଦେଇଥିଲେ । ଏଥିରୁ ଆପଣମାନେ ଚାଇନା ଇଂଜିନିୟରଙ୍କ ଦିମାକ କେତେ ସ୍ପିଡରେ କାମ କରୁଛି ଆକଳନ କରିପାରୁଥିବେ ।

ଏହି ଷ୍ଟେସନ ତିଆରି କାମ ଏତେ ଶୀଘ୍ର କରିବାର ଉଦ୍ଦେଶ୍ୟ ଥିଲା  ସ୍ଥାନୀୟ ଅଂଚଳର ଟ୍ରେନ ଲାଇନ ଯଥା ଲାଙ୍ଗାଙ୍ଗ ରେଲୱେ, ଜେନେରୁଲାଙ୍ଗ  ରେଲୱେ ଓ ଜୟଲାଙ୍ଗ ରେଲୱେକୁ ନୂଆ ରେଳପଥ ନଙ୍ଗାଲାଙ୍ଗ ସହ ଯୋଡିବା ଜରୁରୀ ଥିଲା । ୨୪୬କିଲୋମିଟର ଏହି ନୂଆ ରେଳ ଲାଇନରେ  ଲୋକାଲ ଟ୍ରେନ ଘଂଟା ପ୍ରତି ୨୦୦ କିଲୋମିଟର ବେଗରେ ଦୌଡିବ । ୨୦୧୮ ଶେଷ ସୁଦ୍ଧା ଏହି ନୂଆ ରେଳପଥ କାର୍ଯ୍ୟକ୍ଷମ ବୋଲି ଜଣାପଡିଛି ।

ସୌଜନ୍ୟ : ଦୈନିକ ଭାସ୍କର