ଓଡିଶା ଛାଡିଲେ ବିଦେଶୀନି,ଦୂତାବାସ ଅଧିକାରୀଙ୍କ ସହ ଗଲେ ଦିଲ୍ଲୀ

45

ଓଡିଶା ଛାଡିଲେ ବିଦେଶୀନି । ଦୂତାବାସ ଅଧିକାରୀଙ୍କ ସହ ଦିଲ୍ଲୀ ଅଭିମୂଖେ ବାହାରିଛନ୍ତି ବିଦେଶୀନି । ଭୁବନେଶ୍ୱର ଚନ୍ଦ୍ରଶେଖରପୁରରୁ ସେକ୍ସ ର୍ୟାକେଟ୍ ଘଟଣାରେ ଉଦ୍ଧାର ହୋଇଥିଲେ ଏହି ବିଦେଶୀନି ଜଣକ । ତାଂକୁ କମିଶନରେଟ୍ ପୁଲିସ ଉଦ୍ଧାର କରିବାପରେ ରୁଚିକା ହେଲପ୍ ଲାଇନ୍କୁ ହସ୍ତାନ୍ତର କରିଥଲେ । ଏହାପରେ କିର୍ଗିଜସ୍ଥାନ ଦୂତାବାସ ଅଧିକାରୀ ଭୁବନେଶ୍ୱର ଆସି କମିଶନରେଟ୍ ପୁଲିସ ଓ ରୁଚିକା ହେଲପ ଲାଇନ୍ ସହ ଆଲୋଚନା କରିଥିଲେ । ଏବେ ବିଦେଶୀନିଙ୍କୁ ତାଙ୍କ ଦେଶକୁ ପଠାଇଦିଆଯାଇଛି ।