ବିଜେପିରେ କୁହୁଳୁଛି ବରିଷ୍ଠ ନେତାଙ୍କ ଅସନ୍ତୋଷ

84

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାଜ୍ୟ ବିଜେପିରେ ବଢୁଛି ଅଭିମାନୀ ନେତାଙ୍କ ତାଲିକା । କେତେବେଳେ କିଏ ରୁଷୁଛନ୍ତି ତ ପୁଣି କେତେବେଳେ ଖୋଲାଖୋଲି ବିଷୋଦଗାର କରୁଛନ୍ତି । ଆଉ ଏହି ତାଲିକାରେ ଏବେ ସାମିଲ ହୋଇଛନ୍ତି, ପୂର୍ବତନ ରାଜ୍ୟ ସଭାପତି କେଭି ସିଂଦେଓ । ରାଜ୍ୟ ବିଜେପିର ପଦାଧିକାରୀଙ୍କ ବୈଠକରେ ପାଟଣାଗଡର ରାଜାଙ୍କ ଅଭିମାନ ଦେଖିବାକୁ ମିଳିଥିଲା । ବୈଠକ ବେଳେ ପଛ ସିଟରେ କେଭି ସିଂଦେଓଙ୍କୁ ବସିଥିବାର ଦେଖିବାକୁ ମିଳିଥିଲା । ଆଉ ଏଥିରୁ ସ୍ପଷ୍ଟ ଜଣା ପଡୁଥିଲା ଦଳ ଉପରେ ରୁଷିଛନ୍ତି ରାଜା ।ମାନଭଂଜନ ପାଇଁ ନେତା ଉଦ୍ୟମ କରି ସଫଳ ବି ହେଲେ । ତେବେ ଏହାରି ଭିତରେ କିନ୍ତୁ ସ୍ପଷ୍ଟ ବାରି ହୋଇଯାଇଥିଲା ଦଳ ଭିତରେ କୁହୁଳୁଥିବା କନ୍ଦଳ ।

ଏହା ସହ ବିଜେପି କାର୍ଯ୍ୟାଳୟରେ ପଦାଧିକାରୀ ବୈଠକ : ଆଗାମୀ ପଂଚାୟତ ନିର୍ବାଚନ ପାଇଁ ବ୍ଲୁ ପ୍ରିଂଟ୍ ପ୍ରସ୍ତୁତ