ପାକିସ୍ତାନୀଙ୍କୁ କୁଏତ୍ ମନା ! ପାକିସ୍ତାନ ସମେତ ପାଂଚ ମୁସଲିମ୍ ରାଷ୍ଟ୍ର ଉପରେ ଲଗାଇଲା ଭିସା କଟକଣା

40

କନକ ବ୍ୟୁରୋ: ପାକିସ୍ତାନ ନାଗରିକଙ୍କ ପାଇଁ କୁଏତ୍ ମନା । କୁଏତ ସରକାର ପାକିସ୍ତାନ ସମେତ ପାଂଚଟି ମୁସଲିମ ରାଷ୍ଟ୍ରର ନାଗରିକଙ୍କ ପାଇଁ ଭିସା କଟକଣା ଲାଗୁ କରିଛନ୍ତି । ଆଫଗାନିସ୍ତାନ, ସିରିଆ, ଇରାକ ଓ ଇରାନ ନାଗରିକଙ୍କ ପାଇଁ ଏହି କଟକଣା ଲାଗୁ କରିଛନ୍ତି କୁଏତ୍ ସରକାର । ଏହି ପାଂଚଟି ଦେଶର ନାଗରିକଙ୍କୁ ଉଭୟ ପର୍ଯ୍ୟଟନ ଓ ବାଣିଜ୍ୟ ଭିସା ନଦେବାକୁ ନିଷ୍ପତି ନେଇଛି କୁଏତ୍ ।

କୁଏତର ଏଭଳି ନିଷ୍ପତିରେ ପାକିସ୍ତାନରେ ହଇଚଇ ଖେଳିଯାଇଛି । କାରଣ କୁଏତକୁ ପାକିସ୍ତାନ ସବୁବେଳେ ମହତ୍ୱପୂର୍ଣ୍ଣ ବାଣିଜ୍ୟକୁ ବନ୍ଧୁ ରାଷ୍ଟ୍ର ଭାବେ ଘୋଷଣା କରି ଆସିଛି । ଏହା ସହିତ କୁଏତର ରାଜ ପରିବାରର ସଦସ୍ୟମାନେ ଅନେକ ସମୟରେ ପାକିସ୍ତାନକୁ ଆସିଥାନ୍ତି । ତେବେ ଗତ ବର୍ଷ କୁଏତର ଏକ ସିହା ମସଜିଦରେ ଏକ ବମ୍ ବିସ୍ଫୋରଣ ଘଟିଥିଲା ।ଯେଉଁଥିରେ କି ୨୭ ଜଣ ମୃତ୍ୟୁ ବରଣ କରିଥିଲେ । ଏହା ପରେ ଭିସା କଟକଣା ନେଇ ବିଚାର ବିମର୍ଷ ଚଳାଇଥିଲା କୁଏତ ସରକାର ।