କାଠଗଡାରେ ବିଚାରପତି : ଚିଟଫଣ୍ଡ କମିଶନଙ୍କ ବୟାନକୁ ନେଇ ବଢୁଛି ବିବାଦ

0

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ତିନି ଦିନ ବିତିଲା, ହେଲେ କମିଶନଙ୍କ ବିବାଦୀୟ ବୟାନକୁ ନେଇ ଝଡ ଥମିବାର ନାଁ ନେଉନି । ବିଧାନସଭାରେ ବିରୋଧୀ ଦଳଙ୍କ ଠାରୁ ଆରମ୍ଭ କରି ରାଜରାସ୍ତାରେ ସିଭିଲ୍ ସୋସାଇଟି ପର୍ଯ୍ୟନ୍ତ, ସବୁଠି ଯୋର୍ ହେଉଛି ପ୍ରତିବାଦର ସ୍ୱର । ନିଜ ସୀମା ବାହାରେ କମିଶନ ବକ୍ତବ୍ୟ ରଖି ସରକାରଙ୍କୁ କ୍ଲିନଚିଟ୍ ଦେଇଥିବା ନେଇ ଉଠିଛି ଅଭିଯୋଗ । ସରକାର ଏହାକୁ ନେଇ ରକ୍ଷଣାତ୍ମକ ଥିବା ବେଳେ ବିରୋଧୀଙ୍କ ଶାଣିତ ଆକ୍ରମଣ କିନ୍ତୁ କ୍ଷତାକ୍ତ କରିଚାଲିଛି । ଆଉ ଏହାରି ଭିତରେ ପୂର୍ବତନ ବିଚାରପତି ମତ ରଖି କହିଛନ୍ତି, ମନ୍ତବ୍ୟ ଠିକ୍ ନଥିଲା । କାରଣ କମିଶନ ବାହାରେ ତଥ୍ୟ ପ୍ରକାଶ କରିବା ଅନୁଚିତ । ରିପୋର୍ଟ ପ୍ରଦାନ ପରେ ବି ତଥ୍ୟର ଗୋପନୀୟତା ବଜାୟ ରଖାଯାଇଥାଏ । ତେଣୁ ତା ପୂର୍ବରୁ ଆଭିମୁଖ୍ୟ ବାବଦରେ ସାଧାରଣରେ ମତ ବ୍ୟକ୍ତି କରିବା ସଠିକ ହୋଇନି ।

ଆଉ ଏହାରି ଭିତରେ ବୟାନକୁ ବ୍ୟକ୍ତିଗତ କହି ଅସନ୍ତୋଷର ନିଆଁକୁ ଲିଭାଇବାକୁ ବାହାରିଛନ୍ତି ଜଷ୍ଟିସ ଦାସ । ହେଲେ କମିଶନଙ୍କ ବୟାନ ରାଜ୍ୟ ସରକାରଙ୍କୁ ଏକପ୍ରକାର କ୍ଲିନ ଚିଟ ଦେଇ ସାରିଥିବା ବେଳେ, ଟର୍ମସ ଅଫ ରେଫରେନସ ଆଧାରରେ ପ୍ରକୃତ ତଦନ୍ତ ହୋଇପାରିବ କି ନାହିଁ, ତାକୁ ନେଇ ସୃଷ୍ଟି ହୋଇଛି ସନେ୍ଦହ ।

Comments are closed.