୧୮ ବର୍ଷ ପରେ ପୁଣି ମୁହାଁମୁହିଁ ହେବେ ଭାରତ-ପାକ୍ : ଆନ୍ତର୍ଜାତୀୟ ନ୍ୟାୟିକ ଅଦାଲତରେ କୁଳଭୂଷଣଙ୍କୁ ଫାଶୀ ମାମଲାର ହେବ ଶୁଣାଣି

18

କନକ ବ୍ୟୁରୋ : ଆଜି ଇଂଟରନେସନାଲ କୋର୍ଟ ଅଫ ଜଷ୍ଟିସରେ କୁଳଭୂଷଣ ଯାଦବ ମାମଲାର ଶୁଣାଣି ହେବ । ନେଦରଲାଣ୍ଡର ହେଗରେ ଥିବା ଆଇସିଜେର ପିସ୍ ପ୍ୟାଲେସର ଗ୍ରେଟ ହଲ ଅଫ ଜଷ୍ଟିସରେ ଏହି ଶୁଣାଣି କରାଯିବ । ଏଥିରେ ଉଭୟ ଭାରତ ଓ ପାକିସ୍ତାନ ନିଜ ନିଜ ପକ୍ଷ ରଖିବେ ।

କୁଳଭୂଷଣ ଯାଦବଙ୍କୁ ପାକିସ୍ତାନର ସେନା କୋର୍ଟ ଗୁପ୍ତଚର ଅଭିଯୋଗ ଆଣି ଫାଶି ଦଣ୍ଡାଦେଶ ଶୁଣାଇଛି । ଏହି ରାୟ ବିରୋଧରେ ଭାରତ ଆଇସିଜେଙ୍କ ଦ୍ୱାରସ୍ଥ ହୋଇଛି ଭାରତ । ଇଂଟରନେସନାଲ କୋର୍ଟ ଅଫ ଜଷ୍ଟିସରେ ଦୀର୍ଘ ୧୮ ବର୍ଷ ପରେ ପୁଣି ମୁହାଁମୁହିଁ ହୋଇଛନ୍ତି ପାକିସ୍ତାନ ଓ ଭାରତ । ଏହାପୂର୍ବରୁ ୧୯୯୯ ମସିହାରେ ନୌସେନା ବିମାନ ଆକ୍ରମଣ ମାମଲାକୁ ନେଇ ଆଇସିଜେ ଯାଇଥିଲା ପାକିସ୍ତାନ ।

୧୯୯୯ ମସିହାରେ ନୌସେନା ବିମାନ ଆକ୍ରମଣ ମାମଲାରେ ପାକିସ୍ତାନକୁ ପରାଜୟର ମୁହଁ ଦେଖିବାକୁ ପଡିଥିଲା । ୧୯୯୯ ଅଗଷ୍ଟ ୧୦ରେ କଚ୍ଛ ଅଂଚଳରେ ଭାରତୀୟ ଯବାନ ପାକିସ୍ତାନ ନୈାସେନାର ବିମାନ ଆଂଟଲାଂଟିକକୁ ଆକ୍ରମଣ କରି ଖସାଇ ଦେଇଥିଲେ । ଏଥିରେ ବିମାନରେ ଥିବା ୧୬ ଜଣଙ୍କ ମୃତ୍ୟୁ ହୋଇଥିଲା ।