କୁଶେଇ ସେତୁ ପୋଲ ନିର୍ମାଣକୁ ନେଇ ଏବେ ବି ବେଲବାହାଳିରେ ଚାପା ଉତେଜନା

20

କେନ୍ଦୁଝର : କୁଶେଇ ସେତୁ ପୋଲ ନିର୍ମାଣକୁ ନେଇ ଏବେ ବି ବେଲବାହାଳିରେ ଚାପା ଉତେଜନା ଲାଗି ରହିଛି । ଲୋକଙ୍କ ସହ ଆଲୋଚନା କରିବା ପାଇଁ କେନ୍ଦୁଝର ଜିଲ୍ଲାପାଳ ଏବଂ ଏସପି ଘଟଣା ସ୍ଥଳକୁ ଆସିବାର ଥିଲେ ସୁଦ୍ଧା କେହି ନଆସିବାରୁ ଏହାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଉତେଜନାକୁ ଦୃଷ୍ଟିରେ ରଖି ରାମଚନ୍ଦ୍ରପୁର ନିକଟରେ ପୁଲିସଫୋର୍ସ ମଧ୍ୟ ଉପସ୍ଥିତ ଅଛନ୍ତି । ଶୁକ୍ରବାର ବେଲବାହାଳିରେ କୁଶେଇ ସେତୁ ନିର୍ମାଣକୁ ନେଇ ପୁଲିସ, ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ ।

ଉତ୍ୟକ୍ତ ଲୋକଙ୍କ ଢେଲାମାଡରେ ୨ ପୁଲିସ କର୍ମୀ ଆହତ ହୋଇଥିଲେ । ଗ୍ରାମବାସୀଙ୍କୁ ଅନ୍ଧାରରେ ରଖି ପ୍ରଶାସନ ରାତି ଅଧିଆ ପୋଲ ନିର୍ମାଣ କାମ ଆରମ୍ଭ କରୁବାକୁ ଚାହୁଁଥିବା ଅଭିଯୋଗ କରି ଉତ୍ୟକ୍ତ ହୋଇପଡିଥିଲେ ଲୋକେ । ଆଉ ପୁଲିସ ଉପରକୁ ଟେକା ପଥର ମାଡ କରିଥିଲେ । ଫଳରେ ପୁଲିସ ଟିଅର ଗ୍ୟାସ ପ୍ରୟୋଗ କରିଥିଲା । ପୁଲିସ କାର୍ଯ୍ୟାନୁଷ୍ଠାନରେ ୫ ଗ୍ରାମବାସୀ ଆହତ ହୋଇଥଲେ ।