କାଶ୍ମୀର କୁପୱାଡାରେ ଏନକାଂଉଟର : ୪ ଆତଙ୍କବାଦୀ ମୃତ । ବଡ ସର୍ଚ ଅପରେସନ ଆରମ୍ଭ କଲା ସେନା

24

କନକ ବ୍ୟୁରୋ : ଜମ୍ମୁକାଶ୍ମୀରର କୁପୱାଡା ଜିଲ୍ଲା ହଲମତପୋରାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ୪ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।

ଗତକାଲି ହଲମପୋରାରେ କିଛି ଆତଙ୍କବାଦୀ ଲୁଚିିଥିବା ଗୁଇନ୍ଦା ସୂଚନା ପାଇ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ । ତେବେ ଯବାନଙ୍କୁ ଦେଖିବା ପରେ ପ୍ରଥମେ ଗୁଳିମାଡ କରିଥିଲେ ଆତଙ୍କବାଦୀ ଓ ପାଲଟା ଜବାବ ଦେଇଥିଲେ ଯବାନ । ତିନି ଘଂଟାର ଗୁଳି ବିନିମୟ ପରେ ୪ ଆତଙ୍କବାଦୀ ନିହତ ହୋଇଛନ୍ତି । ସେମାନଙ୍କ ମୃତଦେହ ଜବତ କରିବା ପାଇଁ ଉଦ୍ୟମ ଚାଲିଛି । ତେବେ ଅଧିକ ଆତଙ୍କବାଦୀ ଲୁଚିଥିବା ସନ୍ଦେହରେ ସର୍ଚ୍ଚ ଅପରେସନ ଚାଲୁ ରହିଛି । ସାରା ଅଂଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଚାଲିଥିବା ବେଳେ ଇଂଟରନେଟ ସେବାକୁ ମଧ୍ୟ ବନ୍ଦ କରିଦିଆଯାଇଛି ।