ଅତ୍ୟଧିକ ଲୌହ ବଟିକା ଖାଇ ଏସସିବି ଆଇସିୟୁରେ କୁନ୍ଦୁଲି ପୀଡିତା ! ଚିକିତ୍ସା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ ଗଠନ

32

କନକ ବ୍ୟୁରୋ : କୁନ୍ଦୁଲି ଗଣଦଷ୍କର୍ମ ପୀଡିତାଙ୍କୁ ଏସସିବିର ଆଇସିୟୁରେ ଭର୍ତି କରାଯାଇଛି । ଅତ୍ୟଧିକ ଲୌହ ବଟିକା ଖାଇ ଗୁରୁତର ହୋଇପଡିବାରୁ ତାଙ୍କୁ ଭେଷଜ ଆଇସିୟୁକୁ ନିଆଯାଇଛି । ତାଙ୍କ ଚିକିତ୍ସା ପାଇଁ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଗଠନ କରାଯାଇଛି । ଏଥିରେ ଭେଷଜ, ହୃଦରୋଗ ଓ ନିଶ୍ଚେତକ ଅଛନ୍ତି । ଶନିବାରଦିନ କୁନ୍ଦୁଲି ପୀଡିତାଙ୍କୁ କୋରାପୁଟ ମେଡିକାଲରେ ଭର୍ତି କରାଯାଇଥିଲା । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଏସସିବିରେ ଭର୍ତି କରାଯାଇଥିଲା । ସ୍ୱାସ୍ଥ୍ୟବସ୍ଥା ଜଟିଳ ହେବାରୁ ତାଙ୍କୁ ଭେଷଜ ବିଭାଗର ଆଇସିୟୁରେ ଭର୍ତି କରାଯାଇଛି ।