କୁନ୍ଦୁଲି ପୀଡିତାଙ୍କୁ ଡିସଚାର୍ଜ ପାଇଁ କଟକ ବଡମେଡିକାଲର ନିଷ୍ପତ୍ତି । ହେଲେ,ବାପା ମାଙ୍କୁ କରାଯିବନି ହସ୍ତାନ୍ତର

15

କନକ ବ୍ୟୁରୋ : କୁନ୍ଦୁଲି ପୀଡିତାଙ୍କୁ କଟକ ବଡ ମେଡିକାଲରୁ ଡିସଚାର୍ଜ କରାଯିବ । ଏନେଇ ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସ୍ୱତନ୍ତ୍ର ଡାକ୍ତରୀ ଦଳ ଓ ସୁପରିଟେଣ୍ଡେଂଟଙ୍କ ବସିଥିବା ବୈଠକରେ ଏହି ନିଷ୍ପତି ହୋଇଛି । ଏସସିବିରେ ପୀଡିତାଙ୍କୁ ନଜରବନ୍ଦୀ କରି ରଖାଯାଇଥିବା ଅଭିଯୋଗ ହୋଇଥିଲା । ଏଥିପାଇଁ ଝିଅକୁ ନେବା ପାଇଁ ମା-ବାପା ଧାରଣାରେ ବସିଥିଲେ ।

ବଳାତ୍କାର ଅଭିଯୋଗ ଆଣିଥିବା ଏହି ନାବାଳିକାଙ୍କ ମାନସିକ ସ୍ଥିତି ଠିକ ନଥିବା ଡାକ୍ତର କହିଥିଲେ । ତେବେ ପିଡୀତାଙ୍କ ପରିବାର କହିଥିଲେ ତାଙ୍କ ଝିଅ ସଂପୂର୍ଣ୍ଣ ଭାବେ ଠିକ ଅଛି । କିନ୍ତୁ ତାଙ୍କୁ ପାଗଳୀ ସଜାଇଦେବାକୁ ବଡ ମେଡିକାଲ ଚକ୍ରାନ୍ତ କରିଥିବା ପୀଡିତାଙ୍କ ମାଆ କହିଥିଲେ । ପୀଡିଡା ଅତ୍ୟଧିକ ଆଇରନ ବଟିକା ଖାଇଦେଇଥିବାରୁ ତାଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା ।