କୁନ୍ଦୁଲି ଗଣଦୁଷ୍କର୍ମର ତଦନ୍ତ ନେଇ ପ୍ରଶ୍ନ ଉଠାଇଲେ ଦାମ ! କହିଲେ, ଏହା ସମାଜ ଓ ଶାସନ ପାଇଁ କଳଙ୍କ, ଆଦିବାସୀ ଛାତ୍ରୀ କାହିଁକି ମିଛ କହିବେ

35

କନକ ବ୍ୟୁରୋ : କୁନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟାକୁ ନେଇ ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ ରଖିଛନ୍ତି ଭିନ୍ନ ପ୍ରତିକ୍ରିୟା । ସେ କହିଛନ୍ତି ଏହା ସମାଜ ଓ ଶାସନ ପାଇଁ କଳଙ୍କ । ଆଦିବାସୀ ଛାତ୍ରୀ କାହିଁକି ମିଛ କହିବେ । ଯଦି ତାଙ୍କୁ ଦୁଷ୍କର୍ମ ହୋଇନଥିଲା ତେବେ କାହିଁକି ମେଡିସିନ୍ ଦିଆଯାଉଥିଲା ।

ସେ କହିଛନ୍ତି ତଦନ୍ତ ନେଇ ତାଙ୍କର ସନ୍ଦେହ ରହିଛି । ଖୋର୍ଦ୍ଧା ଶିକ୍ଷୟତ୍ରୀ ହତ୍ୟାକାଣ୍ଡର ଅଭିଯୁକ୍ତକୁ ଧରି ପାରିଲା ପୁଲିସ୍ । କିନ୍ତୁ ୧୦୦ଦିନ ହେଲାଣି ଅଭିଯୁକ୍ତକୁ ଧରି ନପାରି ପୁଲିସ୍ କଣ କରୁଛି ବୋଲି ପ୍ରଶ୍ନ କରିଛନ୍ତି । ତେଣୁ ଅଭିଯୁକ୍ତଙ୍କୁ ଧରିବା ସହ ଉପଯୁକ୍ତ ଦଣ୍ଡଦେଲେ ପୀଡିତାର ଆତ୍ମା ଶାନ୍ତି ପାଇବ ବୋଲି ସେ କହିଛନ୍ତି ।

ଅନ୍ୟପଟେ, କୁନ୍ଦୁଲି ପୀଡିତଙ୍କ ଆତ୍ମହତ୍ୟା ଘଟଣା ନେଇ ସରକାରଙ୍କ ଉପରେ ବର୍ଷିଛି ବିଜେପି । କାଲି ଅବିଭକ୍ତ କୋରାପୁଟ ଜିଲ୍ଲା ବନ୍ଦ ଡକରା ଦେଇଛି ଦଳ । କାଲି ୪ଟି ଜିଲ୍ଲାରେ ହେବ ୧୨ ଘଂଟିଆ ବନ୍ଦ ପାଳନ । ରାୟଗଡା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ଏବି ବନ୍ଦ ପାଳନ କରାଯିବ । ଘଟଣା ବିଜେଡି ସହ ମିିଶି କଂଗ୍ରେସ ରାଜନୀତି କରୁଛି ବୋଲି ଅଭିଯୋଗ ଆଣିଛି ବିଜେପି ।