କୁହେଳିକା ଭିତରେ ରହିଗଲା କୁନ୍ଦୁଲି ପୀଡିତାଙ୍କ କାହାଣୀ : ହୋଇପାରିଲା ନାହିଁ ଏଯାଏଁ ଖୁଲାସା

49

କନକ ବ୍ୟୁରୋ :  କୁନ୍ଦୁଲି ପୀଡ଼ିତାଙ୍କ ପାଇଁ ତ ସମସ୍ତେ ତ କାନ୍ଦିବାର ଦାବି କରୁଛନ୍ତି, ହେଲେ କାହା ଆଖିରେ ଲୁହ ଦେଖାଯାଉନି, ଆଉ ଯାହା ଆଖିରେ ଲୁହ ଦେଖାଯାଉଛି, ସେ ଆଜି ମୁକ ପାଲଟି ଯାଇଛନ୍ତି । ମା’, ଯିଏ ଜନ୍ମ ଦେଇଥିଲେ । ଝିଅର ସବୁ ଅଳି-ଅର୍ଦଳିକୁ ହସି ହସି ସହିଯାଉଥିଲେ, ଆଜି ସେହି ଝିଅ ଯେଉଁ ଅମଡ଼ା ବାଟ ବାଛି ନେଇଛନ୍ତି, ତାକୁ ସହ୍ୟ କରିବା ମା’ ପାଇଁ ଆଉ ସଂଭବ ହେଉନି । ନ୍ୟାୟ ପାଇଁ ଲଢ଼ି ଲଢ଼ି ଆଜି ୧୪ବର୍ଷର କୁନି ଝିଅଟି ଏମିତି ଏକ ଅଜଣା ଦୁନିଆକୁ ଚାଲି ଯାଇଛନ୍ତି ଯେଉଁଠୁ କେହି କେବେ ଫେରି ନାହାଁନ୍ତି ।

ଏବେ ବି ଘର ଅଗଣାରେ ପଡ଼ି ରହିଛି ସେ ଓଢ଼ଣୀ, ବଂଚିବା ଅପେକ୍ଷା ଯାହାକୁ ବେକରେ ଲାଗଇ ଦେବା ସହଜ ମନେ କରିଥିଲେ । ଏ ହସ୍ପିଟାଲରୁ ସେ ହସ୍ପିଟାଲ ଯାଇ ପବିତ୍ରତାର ପରୀକ୍ଷା ଦେଇ ପାସ୍ ହୋଇଥିଲେ । ହେଲେ ସେହି ପବିତ୍ରତାକୁ କିଛି ଦୁବୃର୍ତ ଖିନଭିିନ୍ କରି ଦେଇଥିବା ଦେଇ କହିକହି ତଂଟି ଶୁଖିଲା ସିନା, ତାକୁ ସେ ପ୍ରମାଣିତ କରି କରିପାରିଲେ ନାହିଁ ।କେହି କିଛି ବୁଝିବା ଆଗରୁ ନିଜକୁ ବନ୍ଦ କରି ଦେଇଥିଲେ ୧୪ ବର୍ଷିୟ ଏହି କୁନିଝିଅ । କବାଟ ଖୋଲି କ’ଣ ହୋଇଛି ଦେଖିବା ସଂଭବ ନହେବାରୁ ଯେତେବେଳେ ଛପର ଖୋଲି ଝିଅ ଅବସ୍ଥା ଜାଣିବାକୁ ପରିବାର ଲୋକ ଉଦ୍ୟମ କରିଥିଲେ ସେତେବେଳେ କୁନ୍ଦୁଲିର କାହାଣୀରେ ଅବସାନ ଘଟି ସାରିଥିଲା ।

ଶବ ଉପରେ ଆଜି ରାଜନୀତି ହେଉଛି, କୁନ୍ଦୁଲିରୁ କ୍ୟାପିଟାଲ ହୁଲୁସ୍ତୁଲ ହୋଇଛି । ହେଲେ ଯାହା ପାଇଁ ଏତେ ସବୁ ହେଉଛି ଯେ ଆଜି ନିରବରେ ଶୋଇ ଯାଇଛନ୍ତି ଏହି କବର ତଳେ ।